ନୂଆଦିଲ୍ଲୀ: ସଂସଦୀୟ ଗଣତନ୍ତ୍ରରେ ସକ୍ରିୟ ବିରୋଧୀ ଦଳର ଭୂମିକା ଗୁରୁତ୍ବପୂର୍ଣ୍ଣ। ବିରୋଧୀଦଳମାନେ ସେମାନଙ୍କ ସଂଖ୍ୟାକୁ ନେଇ ବିଚଳିତ ହେବା ଉଚିତ ନୁହେଁ। ସେମାନେ ଗୃହର କାର୍ଯ୍ୟରେ ସକ୍ରିୟତାର ସହ ଅଂଶଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ୧୭ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ଦିନ ଗୃହ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସଂସଦକୁ ଆସିବା ସମୟରେ ଆମେ ପକ୍ଷ(ଶାସକ) ଏବଂ ବିପକ୍ଷ(ବିରୋଧୀ)କୁ ଭୂଲି ନିଷ୍ପକ୍ଷ( ନିରପେକ୍ଷ) ମନୋଭାବ ନେଇ ଦେଶର ବୃହତ୍ତର ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି।
ନିରପେକ୍ଷ ମନୋଭାବ ନେଇ କାର୍ଯ୍ୟ କର: ମୋଦୀ
/sambad/media/post_attachments/wp-content/uploads/2019/06/modi1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)