ଅନୁପସ୍ଥିତ ବିଜେପି ସାଂସଦଙ୍କ ବାବଦରେ ସଂସଦୀୟ ମନ୍ତ୍ରୀଙ୍କଠାରୁ ରିପୋର୍ଟ ମାଗିଲେ ମୋଦୀ

ନୂଆଦିଲ୍ଲୀ: ସୋମବାର ଦିନ ରାଜ୍ୟସଭାରେ ଏକ ବିଲ ଆଗତ ବେଳେ କିଛି ବିଜେପି ସାଂସଦ ଅନୁପସ୍ଥିତ ରହିବା ଘଟଣାକୁ ନେଇ ଖପ୍ପା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | କାରଣ ମୋଦୀ ଦଳର ସାଂସଦମାନଙ୍କୁ ଗୃହରେ ସର୍ବଦା ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥାନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନଜରକୁ ଆସିଥିଲା ​​ଯେ ସୋମବାର ରାଜ୍ୟସଭାରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଏକ ବିଲ୍ ଆଗତ ବେଳେ ଦଳର କିଛି ସାଂସଦ ଅନୁପସ୍ଥିତ ଥିଲେ | ଆଉ ଏ ବାବଦରେ ପ୍ରଧାନମନ୍ତ୍ରୀ ଅନୁପସ୍ଥିତ ଥିବା ସାଂସଦଙ୍କ ରିପୋର୍ଟ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ମାଗିଛନ୍ତି। ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ରାଜ୍ୟସଭାରେ ଉପସ୍ଥିତ ନଥିବା ସଦସ୍ୟଙ୍କ ସବିଶେଷ ତଥ୍ୟ ଦାଖଲ କରିବାକୁ କହିଛନ୍ତି।

ସେହିପରି ଆଜି ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରତିଦିନ କିଛି ବିଲ୍ ଉପସ୍ଥାପନ କରାଯାଏ। ଏଭଳି ପରିସ୍ଥିତିରେ ଦଳର ସାଂସଦମାନେ ଗୃହରେ ଉପସ୍ଥିତ ରହିବା ଆବଶ୍ୟକ।

ସେହିପରି ସମସ୍ତ ସାଂସଦଙ୍କୁ ସେମାନଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରେ କ୍ରୀଡ଼ା ପ୍ରତିଭାଙ୍କୁ ଉତ୍ସାହିତ କିଭଳି କରାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ଜୋର ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା କିଛି ମାସ ପାଇଁ ସାଂସଦମାନେ କ୍ରୀଡ଼ା ପ୍ରୋତ୍ସାହନ ଉପରେ ଧ୍ୟାନ ଦେବା ଉଚିତ, ଯାହା କ୍ରୀଡା ଏବଂ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବ |

ସମ୍ବନ୍ଧିତ ଖବର