ମୋଦୀଙ୍କୁ ସିଓଲ୍ ଶାନ୍ତି ସମ୍ମାନ

ସିଓଲ(ଦକ୍ଷିଣ କୋରିଆ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଦକ୍ଷିଣ କୋରିଆ ରାଜଧାନୀ ସିଓଲ ଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ମର୍ଯ୍ୟାଦାଜନକ ସିଓଲ ଶାନ୍ତି ସମ୍ମାନ-୨୦୧୮ ପ୍ରଦାନ କରାଯାଇଛି। ଆନ୍ତର୍ଜାତିକ ସହଯୋଗ ଏବଂ ବିଶ୍ବ ଅର୍ଥନୀତି ବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ପାଇଁ ମୋଦୀ ଏହି ସମ୍ମାନର ଅଧିକାରୀ ବୋଲି ସିଓଲ୍ ଶାନ୍ତି ପୁରସ୍କାର କମିଟି ପକ୍ଷରୁ କୁହାଯାଇଛି। ଏହି ଅବସରରେ ମୋଦୀଙ୍କ ଜୀବନୀ ଏବଂ ସଫଳତା ଉପରେ ଆଧାରିତ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଧନୀ ଓ ଗରିବ ଶ୍ରେଣୀ ମଧ୍ୟରେ ରହିଥିବା ସାମାଜିକ ଏବଂ ଆର୍ଥିକ ତାରତମ୍ୟରେ ହ୍ରାସ ଘଟାଇବା ସହ ଭାରତ ତଥା ବିଶ୍ବ ଅର୍ଥନୀତି ବୃଦ୍ଧିରେ ମୋଦୀଙ୍କର ଅବଦାନକୁ ଶାନ୍ତି କମିଟି ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଥିଲା। ସେହିପରି ସାରା ବିଶ୍ବରେ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା ଦିଗରେ ମୋଦୀଙ୍କ ସକ୍ରିୟ ଭୂମିକାକୁ ମଧ୍ୟ କମିଟି ପ୍ରଶଂସା କରିଥିଲା।

ସମ୍ବନ୍ଧିତ ଖବର