ମୋଦିଙ୍କର ଭରସା କେଦାରନାଥ, ଶାହାଙ୍କର ସୋମନାଥ

ଅହମଦାବାଦ: ବିଜେପିର ଜୟ-ବୀରୁ ଭାବେ ପରିଚିତ ମୋଦି-ଶାହା ଯୋଡି ଆଜି ଦେବଦର୍ଶନ କରିଛନ୍ତି | ମୋଦି କେଦାରନାଥ ଯାଇଥିବାବେଳେ ଶାହା ସୋମନାଥ ମନ୍ଦିର ଯାଇଥିଲେ | ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ସରିଥିବାବେଳେ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରସିଦ୍ଧ ସୋମନାଥ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଛନ୍ତି | ପରିବାର ସହ ଶାହା ସୋମନାଥଙ୍କୁ ଦର୍ଶନ କରିବା ସହ

ଜଳାଭିଷେକ କରିଥିଲେ | ଏହି ଅବସରରେ ଶାହା କହିଛନ୍ତି ସୋମନାଥ ଜ୍ୟୋତିର୍ଲିଙ୍ଗ ଧର୍ମ,ଆସ୍ଥା,ବିଶ୍ୱାସ ଓ ବୈଭବଶାଳୀ ସନାତନ ଧର୍ମର ଅଦ୍ଵିତୀୟ ପ୍ରତୀକ |

 

photo-oneindia

ବୁଦ୍ଧ ପୂର୍ଣ୍ଣିମା ଅବସରରେ ମୋଦି କେଦାରନାଥ ଗସ୍ତରେ ଯାଇ ସେଠାରେ ଆରତୀରେ ଭାଗ ନେଇଥିଲେ | ପୂଜା ପରେ ସେଠାରେ ହେଉଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ | ଆସନ୍ତାକାଲି ମୋଦି ବଦ୍ରୀନାଥ ଯିବେ | ଆସନ୍ତାକାଲି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ | ଶେଷ ପର୍ଯ୍ୟାୟ ନିର୍ବାଚନରେ ମୋଦିଙ୍କର ବାରଣାସୀ ଆସନ ମଧ୍ୟ ସାମିଲ ଅଛି | ଏହାପରେ ମେ ୨୩ରେ ନିର୍ବାଚନ ଫଳାଫଳ ଆସିବ|

 

ସମ୍ବନ୍ଧିତ ଖବର