ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜରୁରୀକାଳୀନ ପରିସ୍ଥିତିକୁ ଦେଶର ଲୋକତନ୍ତ୍ରର ଏକ କଳା ଅଧ୍ୟାୟ ବୋଲି କହିଛନ୍ତି। ଆଜି ଏହାକୁ ୪୪ ବର୍ଷ ହୋଇଛି। ୧୯୭୫ ମସିହା ଜୁନ ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।
/sambad/media/post_attachments/wp-content/uploads/2019/06/modi_-aajtak.jpeg)
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ଭିଡ଼ିଓ ଜାରି କରି ଏହାକୁ ଏକ କଳା ଅଧ୍ୟାୟ ବୋଲି କହିଛନ୍ତି।ଠିକ୍ ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ ଜରିଆରେ ରାଜନୈତିକ ହିତ ପାଇଁ ଦେଶର ଲୋକତନ୍ତ୍ରକୁ ହତ୍ୟା କରାଯାଇଥିଲା ବୋଲି କହିଛନ୍ତି ।
/sambad/media/post_attachments/wp-content/uploads/2019/06/mamta-banerjee-ndtv-3.jpg)
ଏହା ଉପରେ ପ୍ରତିକ୍ରିୟା ରଖି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦୀ ସରକାରଙ୍କ ଉପରେ ଗଣତନ୍ତ୍ରର ହତ୍ୟାର ଅଭିଯୋଗ ଆଣିଛନ୍ତି ।ସେ କହିଛନ୍ତି ଯେ ଏବେ ଦେଶରେ ସୁପର ଏମର୍ଜେନସି । ଗତ ୫ ବର୍ଷ ହେବ ଦେଶ ଜରୁରୀକାଳୀନ ପରିସ୍ଥିତି ଭଳି ସମୟ ଦେଇ ଗତି କରୁଛି। ଆମକୁ ଅତୀତରୁ କିଛି ଶିକ୍ଷା ପାଇବା ଉଚିତ ଓ ଦେଶର ଗଣତନ୍ତ୍ର ବ୍ୟବସ୍ଥାର ସୁରକ୍ଷା ପାଇଁ ଲଢିବାକୁ ପଡ଼ିବ ବୋଲି ମମତା ବାନାର୍ଜୀ କହିଛନ୍ତି ।