ଗଡ଼କରୀଙ୍କୁ ମୋଦୀ କୋଭିଡ୍‌ ଲଢ଼େଇର ଦାୟିତ୍ବ ଦେବା ଉଚିତ: ସୁବ୍ରମଣ୍ୟନ ସ୍ବାମୀ

ନୂଆଦିଲ୍ଲୀ: ଦେଶ ସମ୍ପ୍ରତି ଏକ ଭୟଙ୍କର କୋଭିଡ୍‌ ଦ୍ବିତୀୟ ଲହର ସଂକ୍ରମଣର ମଧ୍ୟଭାଗରେ ରହି ସେଥିରୁ ମୁକୁଳିବାର ପନ୍ଥା ଖୋଜୁଥିବା ବେଳେ ପରିସ୍ଥିତିର ସୁପରିଚାଳନା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କୁ ଦାୟିତ୍ବ ଦେବାକୁ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟନ ସ୍ବାମୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ବିଟରରେ ପରାମର୍ଶ କରିଛନ୍ତି। ଏପରିକି ଏହି ମହାମାରୀର ତୃତୀୟ ଲହର ଅବଶ୍ୟମ୍ଭାବୀ ଏବଂ ବିଶେଷ କରି ଶିଶୁମାନେ ଏହାର ବେଶୀ ଶିକାର ହେବେ ବୋଲି ସ୍ବାମୀ ଆଶଙ୍କା ପ୍ରକଟ କରିବା ସହ ଗଡ଼କରୀଙ୍କୁ ତୁରନ୍ତ ଏହି ଯୁଦ୍ଧର ସେନାପତି କରିବା ପାଇଁ ଦାବି କରିଛନ୍ତି।

ଦେଶର ବିଭିନ୍ନ ସହରରେ ଅଧୁନା ସଂଖ୍ୟାଧିକ ଡାକ୍ତରଖାନା ଅମ୍ଳଜାନ ଅଭାବ ସହ ଯୁଝି ହେଉଥିବା ବେଳେ ଏଥିରେ ହତାଶ ହୋଇ ବିଭିନ୍ନ ଶ୍ରେଣୀର ନାଗରିକ ସରକାରଙ୍କ ସଂକଟ ମୁକାବିଲାରେ ପ୍ରଶ୍ନବାଚୀ ଲଗାଇଛନ୍ତି। ଟ୍ବିଟ୍‌ କରି ସ୍ବାମୀ କହିଛନ୍ତି ଯେ, ଇସଲାମୀୟ ଆକ୍ରମଣକାରୀ ଓ ବ୍ରିଟିଶ ସାମ୍ରାଜ୍ୟବାଦୀଙ୍କ କବଳରୁ ଭାରତ ଯେପରି ମୁକୁଳି ଆସି ପାରିଛି, ଏହି ମହାମାରୀକୁ ମଧ୍ୟ ସେପରି ହରାଇପାରିବ। ଏଥିପାଇଁ ପିଏମ୍‌ଓ ଉପରେ ଭରସା କରିବା ଅର୍ଥହୀନ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର