ଭାରତ ହେଉ କି ପାକିସ୍ତାନ କେହି ଯୁଦ୍ଧ କରିବା ଭଳି ପରିସ୍ଥିତିରେ ନାହାନ୍ତି: ମୁଫତି

ଶ୍ରୀନଗର: ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଶନିବାର କହିଛନ୍ତି, ଭାରତ ହେଉ କି ପାକିସ୍ତାନ କେହି ଯୁଦ୍ଧ କରିବା ଭଳି ପରିସ୍ଥିତିରେ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଦେଶ ମଧ୍ୟରେ ଖୋଲାଖୋଲି ଆଲୋଚନା କରନ୍ତୁ ବୋଲି ମୁଫତି କହିଛନ୍ତି। ମୁଁ ଭାବୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭଳି ମୋଦିଙ୍କୁ ମଧ୍ୟ ପାକିସ୍ତାନ ସହିତ ଆଲୋଚନା କରିବାର ଆବଶ୍ୟକତା ଅଛି। ନାଁ ଆମେ ଅଥବା ପାକିସ୍ତାନ ଯୁଦ୍ଧ ପରିସ୍ଥିତିରେ ଅଛୁ। ଉଭୟ ଦେଶ ଜାଣିଛନ୍ତି ଯଦି ଯୁଦ୍ଧ ହୁଏ ବହୁ କ୍ଷତି ହେବ। ଉଭୟ ଦେଶ ବହୁ କିଛି ହରାଇବ ବୋଲି ମୁଫତି କହିଛନ୍ତି।
ମୁଫତି କହିଛନ୍ତି, କଶ୍ମୀର ପଣ୍ଡିତମାନେ ମୂଳ ସ୍ଥାନକୁ ଫେରି ଆସନ୍ତୁ ବୋଲି କହିଛନ୍ତି। ୧୯୯୦ରେ ହିଂସା ଦେଖାଯିବା ପରେ କଶ୍ମୀର ପଣ୍ଡିତମାନେ ପଳାଇ ଯାଇଥିଲେ। ସେମାନେ ମୂଳ ସ୍ଥାନକୁ ଫେରି ଆସନ୍ତୁ। କଶ୍ମୀର ପଣ୍ଡିତମାନେ କଶ୍ମୀର ଫେରିଆସନ୍ତୁ। ଆମେ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବୁ। ଅତୀତରେ ଯାହା ଘଟିଥିଲା ତାହା ଭୁଲିଯିବା ଦରକାର। ଆମକୁ ଆଗକୁ ଯିବାର ଅଛି ବୋଲି ସେ କହିଛନ୍ତି। କଶ୍ମୀର ପଣ୍ଡିତଙ୍କୁ ପୁନଃବାସ ପାଇଁ ଜମ୍ମୁ କଶ୍ମୀର ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିବେ।

ସମ୍ବନ୍ଧିତ ଖବର