ନୂଆଦିଲ୍ଲୀ: ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଯମୁନାରେ ବିଷ ଟିପ୍ପଣୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀରେ ଜଳ ଯୋଗାଣ ବାଧାପ୍ରାପ୍ତ କରିବାପାଇଁ ହରିୟାଣା ସରକାର ଦିଲ୍ଲୀ ଆସୁଥିବା ଯମୁନା ନଦୀ ଜଳରେ ବିଷ ମିଶାଉଛନ୍ତି ବୋଲି କେଜ୍ରିୱାଲ କରିଥିବା ଅଭିଯୋଗକୁ ମୋଦୀ ଅତ୍ୟନ୍ତ ନିନ୍ଦନୀୟ ଓ ବିଭ୍ରାନ୍ତକାରୀ ବୋଲି କହିଛନ୍ତି। ଦିଲ୍ଲୀର କରତାର ନଗରରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ମୋଦୀ କେଜ୍ରିୱାଲଙ୍କୁ ଆଜି ପୁଣିଥରେ ଆପ୍‌-ଦା କହିଛନ୍ତି।

Advertisment

ମୋଦୀ କହିଛନ୍ତି, ଦିଲ୍ଲୀର ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିୟାଣାର ଲୋକଙ୍କ ବିରୋଧରେ ଅତ୍ୟନ୍ତ ବିରକ୍ତିକର ଅଭିଯୋଗ କରିଛନ୍ତି। ହାରିବା ନେଇ ଆପ୍‌-ଦା ନେତାମାନେ ଭୟ କରିଯାଇଛନ୍ତି। ହରିୟାଣାର ଲୋକମାନେ କ’ଣ ଦିଲ୍ଲୀଠାରୁ ଭିନ୍ନ କି? ହରିୟାଣାରେ ରହୁଥିବା ଲୋକଙ୍କ ସମ୍ପର୍କୀୟ କ’ଣ ଦିଲ୍ଲୀରେ ରହୁନାହାନ୍ତି କି? ମୋଦୀ କହିଛନ୍ତି ହରିୟାଣା ଲୋକମାନେ କ’ଣ ନିଜ ଲୋକଙ୍କୁ ପାଣିରେ ବିଷ ଦେଇପାରିବେ। ତେଣୁ ଏହା କେବଳ ହରିୟାଣା ପାଇଁ   ଅପମାନ ନୁହେଁ ବରଂ ସମସ୍ତ ଭାରତୀୟଙ୍କ ପାଇଁ  ଅପମାନ। ଏହା ମଧ୍ୟ ଆମର ମୂଲ୍ୟବୋଧ ଏବଂ ଚରିତ୍ର ପ୍ରତି ଏକ ଅପମାନ ବୋଲି ମୋଦୀ କହିଛନ୍ତି।