୩ ସେନା ମୁଖ୍ୟଙ୍କ ସହ କଥା ହେଲେ ‌ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନରେ ୩ ସେନା ମୁଖ୍ୟଙ୍କ ସହ ବୈଠକ କରିଛନ୍ତି। ଦେଶବ୍ୟାପୀ ଅଗ୍ନିପଥ ଯୋଜନାକୁ ବିରୋଧ କରି ଆନ୍ଦୋଳନ ଜାରି ରହିଥିବାବେଳେ ‌‌ମୋଦୀଙ୍କ ସହ ୩ ସେନା ମୁଖ୍ୟଙ୍କ ବୈଠକକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ବାୟୁସେନା ମୁଖ୍ୟ ମାର୍ସାଲ ଭିଆର୍‌ ଚୌଧାରୀ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଆଜି ପୃଥକ୍‌ ଭାବେ ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ତେବେ ବୈଠକରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦ୍ବିତୀୟ ‌ପ୍ରେସ୍‌ ବିବୃତି ଜାରି ହେବାପରେ ଏହି ବୈଠକ ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଅଗ୍ନିପଥ ନିଯୁକ୍ତି ଯୋଜନା ଆରମ୍ଭ ହୋଇଛି। ଏହାପରଠାରୁ ଦେଶର ବିଭିନ୍ନ ଅଂଶରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି। ବିହାରରେ ଆନ୍ଦୋଳନ ଓ ହିଂସା ଅତି ଉଗ୍ର ରୂପ ନେଇଛି।

ସମ୍ବନ୍ଧିତ ଖବର