ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଷଷ୍ଠ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପାଇଁ ନେତାନ୍ୟାହୁଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିଥିଲେ।

Advertisment

ସମ୍ପ୍ରତି ଭାରତ-ଇସ୍ରାଏଲ୍ ମଧ୍ୟରେ ରଣନୈତିକ ଭାଗୀଦାରିରେ ଦ୍ରୁତ ଅଗ୍ରଗତି ହେଉଛି। ଏହାକୁ ନେଇ ଦୁଇ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ଏଭଳି ସହଯୋଗକୁ ଆହୁରି ମଜବୁତ କରିବାର ସମ୍ଭାବନା ଉପରେ ସହମତ ହୋଇଥିଲେ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଶୀଘ୍ର ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଛନ୍ତି।