ନୂଆଦିଲ୍ଲୀ: ବାଂଲାଦେଶରେ ସମସ୍ତ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଉପଲବ୍ଧ କରାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ରେ ଆଲୋଚନା ବେଳେ ୟୁନୁସ ହିନ୍ଦୁଙ୍କ ସୁରକ୍ଷା ନେଇ ଆଶ୍ବସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ବାଂଲାଦେଶ ଅନ୍ତରୀଣ ସରକାରରେ ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ ତାଙ୍କୁ ଫୋନ୍ କରି ଏହି ପ୍ରତିଶ୍ରୁତି ଦେଇଛନ୍ତି। ୟୁନୁସ ବାଂଲାଦେଶର ସାଂପ୍ରତିକ ସ୍ଥିତି ସଂକ୍ରାନ୍ତରେ କହିଥିଲେ ଏବଂ ବାଂଲାଦେଶରେ ସମସ୍ତ ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କର ସୁରକ୍ଷା ସୁନିଶ୍ଚିତ କରାଯାଉଥିବା ଜଣାଇଥିଲେ। ଅନ୍ୟପକ୍ଷେ ମୋଦୀ ଏକ ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ବିକାଶଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଥିଲେ। ଗତ ମଙ୍ଗଳବାର ୟୁନୁସ ବାଂଲାଦେଶରେ ଢାକେଶ୍ବରୀ ମନ୍ଦିରରେ ପହଞ୍ଚି ହିନ୍ଦୁମାନଙ୍କ ସହ କଥା ହୋଇଛନ୍ତି। ସୂଚନାଯୋଗ୍ୟ, ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ଯୋଗୁଁ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପଳାୟନ କରିବା ପରଠାରୁ ହିନ୍ଦୁମାନଙ୍କୁ ଟାର୍ଗେଟ୍ କରାଯାଉଛି । ହଜାର ହଜାର ହିନ୍ଦୁଙ୍କ ବାସଭବନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ହୋଇଛି।
ମହମ୍ମଦ ୟୁନୁସଙ୍କ ସହ ଫୋନ୍ରେ କଥା ହେଲେ ମୋଦୀ: ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କଲେ
/sambad/media/post_attachments/wp-content/uploads/2024/08/sfhfshsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)