ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ମୋଦୀ ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ଆଜି ଦ୍ବିପାକ୍ଷିକ ସମ୍ପର୍କ ସଂକ୍ରାନ୍ତ ଆଲୋଚନା ହୋଇଛି। ବିଭିନ୍ନ କ୍ଷେତ୍ରରେ ରଣ‌ନୀତିକ ସହଯୋଗ ପାଇଁ ଉଭୟ ରାଷ୍ଟ୍ର ନେତା ରାଜି ଅଛନ୍ତି। ନେତାନ୍ୟାହୁ ଷଷ୍ଠ ଥର ପାଇଁ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ଥର ମୋଦୀ ତାଙ୍କ ସହ କଥା ହୋଇଛନ୍ତି। ମୋଦୀ ମଧ୍ୟ ‌ନେତାନ୍ୟାହୁଙ୍କୁ ଭାରତ ଆସିବାପାଇଁ ଆମନ୍ତ୍ରଣ କରିଛନ୍ତି।