ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନର ଅଜଣା କାହାଣୀକୁ ନେଇ ଲଞ୍ଚ ହେଲା ମୋଦୀଷ୍ଟୋରୀ ଡଟ୍ ଇନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନର ଅଜଣା କାହାଣୀ ଉପରେ ଏକ ନୂଆ ୱେବସାଇଟ୍ ଉନ୍ମୋଚିତ ହୋଇଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଜି ଏହି ୱେବସାଇଟ୍ ବିଷୟରେ ସୂଚନା ଦେଇଛନ୍ତି। ଏହି ୱେବସାଇଟର ନାଁ ମୋଦୀଷ୍ଟୋରୀ ଡଟ୍ ଇନ୍ ରହିଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନକୁ ଅତି ନିକଟରୁ ଦେଖିଥିବା ବ୍ୟକ୍ତିଙ୍କ ସ୍ମୃତି ରହିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୱେବସାଇଟରେ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଥିବା ଏବଂ ତାଙ୍କୁ ଭେଟିଥିବା ସେ ସମସ୍ତ ବ୍ୟକ୍ତିଙ୍କ ସାକ୍ଷାତକାର ରହିଛି। ଏହି ୱେବସାଇଟ୍ ରେ ଅନେକ ପ୍ରବନ୍ଧ, ଫଟୋ, ଅଡିଓ-ଭିଡିଓ ଭିଜୁଆଲ୍ ମଧ୍ୟ ଅଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନର ସେହି ସ୍ମରଣୀୟ ମୂହୁର୍ତ୍ତଗୁଡିକ ବିଷୟରେ ଦେଖାଯାଇଛି।

ଏହି ୱେବସାଇଟ୍ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସହ ଜଡ଼ିତ ଅନେକ ଅକୁହା କଥା ଲୋକେ ଜାଣିପାରିବେ। ତାଙ୍କ ସହ ଭେଟିଥିବା ଲୋକମାନଙ୍କର ଅଭିଜ୍ଞତା କିଭଳିି ଥିଲା, ତାହା ମଧ୍ୟ ଜାଣିିପାରିବେ ଲୋକେ। ମୋଦୀଷ୍ଟୋରୀ ଡଟ୍ ଇନରେ ଭିଡିଓ ଏବଂ ଫଟୋ ମାଧ୍ୟମରେ ସେ ସବୁ ବିଷୟରେ ଜଣାଇବାକୁ ଚେଷ୍ଟା କରାଯାଇଛି।

ସମ୍ବନ୍ଧିତ ଖବର