ନୂଆଦିଲ୍ଲୀ: କଂଗ୍ରେସର ଆଇଟି ସେଲ୍ ମୁଖ୍ୟ ଦିବ୍ୟା ସ୍ପନ୍ଦନା ଆଜି ତାଙ୍କ ଟୁଇଟର ହ୍ୟାଣ୍ଡଲର ଏକ ପୋଷ୍ଟିଂରେ ନରେନ୍ଦ୍ର ମୋଦିଙ୍କ ସମର୍ଥକମାନଙ୍କ ପ୍ରତି ଆପତ୍ତିଜନକ ଆକ୍ଷେପ କରିବା ଘଟଣାକୁ କେନ୍ଦ୍ର କରି ଦେଶବ୍ୟାପି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। କଂଗ୍ରେସର ଆଇଟି ସେଲ୍ ମୁଖ୍ୟ ଦିବ୍ୟା ସ୍ପନ୍ଦନାଙ୍କ ଏ ପ୍ରକାର କାର୍ଯ୍ୟର ତୀବ୍ର ନିନ୍ଦା କରିଛନ୍ତି ଉଭୟ ମୋଦି ଓ ବିଜେପି ସମର୍ଥକମାନେ। ଏବେ ଆଗାମୀ ନିର୍ବାଚନକୁ ନେଇ ଦେଶର ରାଜନୀତି ସରଗରମ ଥିବାବେଳେ କଂଗ୍ରେସ ଆଇଟି ସେଲ୍ ମୁଖ୍ୟଙ୍କ ଏ ପ୍ରକାରର କାରନାମା କଂଗ୍ରେସକୁ ଏକ ୃଅଡ଼ୁଆ ପରିସ୍ଥିତି ମଧ୍ୟକୁ ଠେଲି ଦେବା ସହ ଏହାକୁ ନେଇ ଏବେ ରାଜନୈତିକ ବାଦ ବିବାଦ ଆରମ୍ଭ ହୋଇଯାଇଛି।
My favourite! Aren’t they adorable? ? pic.twitter.com/YZ52s48Y9o
— Divya Spandana/Ramya (@divyaspandana) March 13, 2019
ଉଲ୍ଲେଖଯୋଗ୍ୟ, କଂଗ୍ରେସର ଆଇଟି ସେଲ୍ ମୁଖ୍ୟ ଦିବ୍ୟା ସ୍ପନ୍ଦନା ଆଜି ତାଙ୍କ ଟୁଇଟର ହ୍ୟାଣ୍ଡଲର ଏକ ପୋଷ୍ଟିଂରେ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ ଅ୍ରପ୍ଲୋଡ୍ କରି ସେଥିରେ ଲେଖିଛନ୍ତି, ‘ଆପଣ ଜାଣିଛନ୍ତି କି? ମୋଦିଙ୍କର ୩ ଜଣ ସମର୍ଥକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନିର୍ବୋଧ (ଷ୍ଟୁପିଡ୍); ଠିକ୍ ଅନ୍ୟ ଦୁଇ ଜଣଙ୍କ ଭଳି।’