ମନମୋହନଙ୍କ ବୟାନ ଉଲ୍ଲେଖ କରି ବିରୋଧୀଙ୍କୁ ଘେରିଲେ ମୋଦୀ

ଡେରେକ୍‌ଙ୍କୁ କଟାକ୍ଷ, ପଶ୍ଚିମବଂଗ ନା ଦେଶ କଥା କହୁଛ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ତାଙ୍କର ବକ୍ତବ୍ୟ ରଖିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ବାରା ସଂସଦରେ ଦିଆଯାଇଥିବା ଏକ ବୟାନକୁ ପାଠ କରି ବିରୋଧୀ ଦଳଙ୍କୁ ଘେରିଥିଲେ। ମନମୋହନ ତାଙ୍କ ବୟାନରେ କୃଷି କ୍ଷେତ୍ରରେ ଅଧିକ ସଂସ୍କାର ଏବଂ ବଡ଼ ବଜାର ବ୍ୟବସ୍ଥା ସପକ୍ଷରେ ଦୃଢ଼ ଯୁକ୍ତି ରଖିଥିଲେ। ମନମୋହନଙ୍କ କଥାକୁ ଆମ ସରକାର ପାଳନ କରିଥିବାରୁ ବିରୋଧୀ ଦଳମାନେ ଏହାକୁ ନେଇ ଗର୍ବ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଜି ପ୍ରଧାନମନ୍ତ୍ରୀ ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍‌ ଓ’ ବ୍ରାଏନ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ‘ମୁଁ ଡେରେକ୍‌ଙ୍କ ଭାଷଣ ଶୁଣୁଥିଲି ଏବଂ ସେ ସେଥିରେ ଧମକ, ବାକ୍‌ ସ୍ବାଧୀନତା ଓ ଗୋଡ଼େଇବା ଆଦି ଶବ୍ଦ ଯୋଡ଼ିଥିଲେ। ତେବେ ତାଙ୍କର ଏହି ଟିପ୍ପଣୀ ପଶ୍ଚିମ ବଙ୍ଗ ସମ୍ପର୍କରେ ନା ଦେଶ ସଂପର୍କରେ ଥିଲା ତାହାକୁ ନେଇ ସନ୍ଦେହ ହେଲା। ପଶ୍ଚିମବଂଗ କଥା ସେ ଭୁଲ୍‌ବଶତଃ ଏଠାରେ କହିଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କଟାକ୍ଷ କରିଛନ୍ତି।

ସମ୍ବନ୍ଧିତ ଖବର