ମୋଦିଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଶୀଘ୍ର ବନ୍ଦ ହୋଇଯିବ ସରକାରୀ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ଦୃଷ୍ଟିରେ ରଖି ଗୁରୁବାର ରାଷ୍ଟ୍ରପତି ଭବନ ଆଖପାଖରେ ଥିବା ସରକାରୀ କାର୍ଯ୍ୟଳୟ ସମୟ ପୂର୍ବରୁ ବନ୍ଦ କରି ଦିଆଯିବ। କାର୍ମିକ ମନ୍ତ୍ରାଳୟ ଏକ ଆଦେଶ ଜାରି କରି କହିଛି କି, ନର୍ଥ ବ୍ଲାକ୍‌, ସାଉଥ୍‌ ବ୍ଲାକ୍‌, ରେଳ ଭବନ, ବାୟୁ ଭବନ, ସେନା ଭବନ, ଡିଆରଡିଓ ଓ ହଟମେଣ୍ଟସ୍‌ସ୍ଥିତ ସରକାରୀ କାର୍ଯ୍ୟାଳୟ ଗୁରୁବାର ଦ୍ୱିପହର ଦୁଇଟା ସମୟ ପରେ ବନ୍ଦ ହୋଇଯିବ। ଏପରି କରିବା କାରଣ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରକୁ ସଠିକ ଭାବେ ପ୍ରସ୍ତୁତି କରାଯାଇ ପାରିବ।

Business Today

ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ଅନ୍ୟ ମନ୍ତ୍ରୀଙ୍କୁ ଗୁରୁବାର ସନ୍ଧ୍ୟା ୭ଟା ସମୟରେ ରାଷ୍ଟ୍ରପତି ଭବନରୁ ପଦ ଏବଂ ଗୋପନୀୟତା ସହ ଶପଥପାଠ କରାଇବେ।

ଉଲ୍ଲେଖନୀୟ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଭଳି ଗୁରୁବାର ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶପଥ ଗ୍ରହଣ କରିବେ। ତାଙ୍କ ଶପଥ ଗ୍ରହଣ ସମାରୋହରେ ୬୫୦୦ ଅତିଥି ସାମିଲ ହେବେ। ଶପଥ ଗ୍ରହଣ ସମାରୋହ ରାଷ୍ଟ୍ରପତି ଭବନର ଫୋରକୋର୍ଟରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥଗ୍ରହଣ କାରଣରୁ ସମସ୍ତ ମନ୍ତ୍ରାଳୟର କାର୍ଯ୍ୟାଳୟ ସମୟ ପୂର୍ବରୁ ବନ୍ଦ ହୋଇଯିବ। ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ ପୂର୍ବରୁ ଗୁରୁବାର ସକାଳେ ୭ଟାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ସମ୍ବନ୍ଧିତ ଖବର