ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟ ନିଷ୍ପତ୍ତି : ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ଯୋଜନାରେ ରାଜ୍ୟ ପୁଲିସର ସହିଦ କର୍ମଚାରୀଙ୍କ ପିଲା ସାମିଲ ହେଲେ, ବଢ଼ିଲା ବୃତ୍ତି ପରିମାଣ
ବାଳକମାନଙ୍କ ପାଇଁ ବୃତ୍ତି ପରିମାଣ ୨୫୦୦ ଓ ବାଳିକାମାନଙ୍କ ପାଇଁ ବୃତ୍ତି ପରିମାଣ ୩୦୦୦କୁ ବଢିଲା
ନୂଆଦିଲ୍ଲୀ : ଗତ କାଲି ଶପଥ ଗ୍ରହଣ କରିବା ପରେ ଆଜି କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରୁଛନ୍ତି । ଏହି ବୈଠକରେ ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧିନରେ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଛାତ୍ରବୃତ୍ତି ଯୋଜନାରେ ଆତଙ୍କବାଦୀ ଓ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ସହିଦ ହେଉଥିବା ରାଜ୍ୟ ପୁଲିସର କର୍ମଚାରୀଙ୍କ ପିଲାମାନଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ବାଳକମାନଙ୍କ ପାଇଁ ଏହି ବୃତ୍ତି ପରିମାଣ ମାସିକ ୨୦୦୦ରୁ ୨୫୦୦ ଟଙ୍କା ଓ ବାଳିକାମାନଙ୍କ ପାଇଁ ମାସିକ ୨୨୫୦ରୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
Our Government’s first decision dedicated to those who protect India!
Major changes approved in PM’s Scholarship Scheme under the National Defence Fund including enhanced scholarships for wards of police personnel martyred in terror or Maoist attacks. https://t.co/Vm90BD77hm pic.twitter.com/iXhFNlBCIc
— Narendra Modi (@narendramodi) May 31, 2019
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଅଫିସରେ ଦାୟିତ୍ବ ଗ୍ରହଣ କରିଥିଲେ । ଏହି ବୈଠକରେ ଯୋଗ ଦେବା ପାଇଁ ସବୁ ମନ୍ତ୍ରୀ ପହଞ୍ଚିଛନ୍ତି । ବୈଠକରେ କେତେକ ବଡ଼ ନିଷ୍ପତ୍ତି ଘୋଷଣା କରାଯିବାର ସମ୍ଭାବନା ରହିଛି । ୨୦୧୪ରେ ନିଜର ପ୍ରଥମ ମନ୍ତ୍ରୀମଣ୍ଡଳ ବୈଠକରେ ମୋଦି ସରକାର କଳାଧନ ବିରୋଧରେ ଏସଆଇଟି ଗଠନ ଲାଗି ନିଷ୍ପତ୍ତି ନେଇଥିଲେ । ଆଜିର ବୈଠକରେ ୧୭ଶ ଲୋକସଭାର ପ୍ରଥମ ବୈଠକର ତାରିଖ ସଂପର୍କରେ ନିଷ୍ପତ୍ତି ହୋଇପାରେ । ଏହା ସହିତ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଗଠନ ହେବ । କେତେକ ସୁତ୍ରରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ମନ୍ତ୍ରାଳୟର ମନ୍ତ୍ରୀମାନଙ୍କୁ ଆଗାମୀ ୧୦୦ ଦିନର ଯୋଜନା ଓ ରୂପରେଖ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି । ସେହିପରି ଆଉ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।