ମହାବଳୀପୁରମ୍‌ରେ ପ୍ରଧାନମନ୍ତ୍ରୀ ଲେଖିଲେ କବିତା, ହେ ସା‌ଗର!!! ତୁମ୍‌ହେ ମେରା ପ୍ରଣାମ!

ନୂଆଦିଲ୍ଲୀ,: ମହାବଳୀପୁରମ୍‌ ବେଳାଭୂମିରେ ଶନିବାର ପ୍ରାତଃ ଭ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଥିବା ଏକ କବିତାଙ୍କୁ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ମୋଟ ୮ଟି ପାରାରେ ପ୍ରଧାନମନ୍ତ୍ରୀ ଏହି କବିତା ଲେଖିଛନ୍ତି। ଯାହାର ପ୍ରଥମ ପାରାଟି ଏଭଳି।

‘ହେ ସା‌ଗର!!!
ତୁମ୍‌ହେ ମେରା ପ୍ରଣାମ!
ତୁ ଧୀର୍‌ ହୈ, ଗମ୍ଭୀର ହୈ
ଜଗ୍‌ କୋ ଜୀବନ ଦେତା, ନୀଲା ହୈ ନୀର୍‌ ତେରା।
ୟେ ଅଥାହ ବିସ୍ତାର, ୟେ ବିଶାଲ୍‌ତା,
ତେରା ୟେ ରୂପ୍‌ ନିରାଲା।’

ରବିବାର ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ କବିତାଟିକୁ ଟ୍ବିଟ୍‌ କରିବା ପରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ଖ୍ୟାତନାମା ଗଜଲ ଗାୟକ ପଙ୍କଜ ଉଦାସ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କବିତା ଏକ ଅଦ୍ଭୁତ ଅଭିବ୍ୟକ୍ତି ଏବଂ ଏହା ଏକ ଶକ୍ତିଶାଳୀ ବାର୍ତ୍ତା ବହନ କରୁଛି। ପ୍ରଧାନମନ୍ତ୍ରୀ ଆଜି ଟ୍ବିଟରରେ କହିଛନ୍ତି, ଗତକାଲି ହାତରେ ମୁଁ ଯେଉଁ ବସ୍ତୁଟିକୁ ଧରି ସମୁଦ୍ର ବେଳାଭୂମିରେ ବୁଲୁଥିଲି, ତାହା ଜାଣିବାକୁ ଅନେକ ଆଗ୍ରହୀ ହୋଇ ପଡ଼ିଥିଲେ। ପ୍ରକୃତରେ ତାହା ଥିଲା ଆକ୍ୟୁପ୍ରେସର ଦଣ୍ଡ। ଏହି ଦଣ୍ଡଟି ତାଙ୍କୁ ଖୁବ୍ ସହାୟତା କରିଥିଲା ବୋଲି ମୋଦୀ ଟ୍ବିଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି ମହାବଳୀପୁରମ୍‌ ସମୁଦ୍ର ବେଳାଭୂମିରୁ ଆବର୍ଜନା ସଫା କରି ପ୍ରଧାନମନ୍ତ୍ରୀ ମୋଦୀ ଚର୍ଚ୍ଚାରେ ରହିଥିଲେ।

ସମ୍ବନ୍ଧିତ ଖବର