ଲକ୍ଷ୍ନୌ: ରାଫେଲ୍ ଚୁକ୍ତି ମାମଲାରେ ସୁପ୍ରିମ୍ କୋର୍ଟରୁ କ୍ଲିନ୍ଚିଟ୍ ମିଳିବା ପରେ ବିଜେପି ଏବେ ଅଧିକ ସକ୍ରିୟ ହୋଇଉଠିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର ଦିନ ପୂର୍ବ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ରାଜନୈତିକ ଗଡ଼ ରାଏବରେଲି ଗସ୍ତ କରି ୧୧୦୦ କୋଟି ଟଙ୍କାର ଯୋଜନାକୁ ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ବିଜେପି ରାଫେଲ୍ ପ୍ରସଙ୍ଗରେ କଂଗ୍ରେସକୁ ଘେରିବା ପାଇଁ ମଧ୍ୟ ସଜବାଜ ହେଉଛି। ରାଏବରେଲିରେ ପ୍ରଧାନମନ୍ତ୍ରୀଙ୍କ ଏକ ବିଶାଳ ଜନସମାବେଶ କାର୍ଯ୍ୟକ୍ରମ ମଧ୍ୟ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ସୋନିଆ ରାଏବରେଲିରୁ ନିର୍ବାଚିତ ହୋଇଥିଲେ।
କଂଗ୍ରେସକୁ ରାଏବରେଲିରେ ଘେରିବେ ମୋଦୀ
/sambad/media/post_attachments/wp-content/uploads/2018/12/Modi-Rahul.jpg)
/sambad/media/agency_attachments/2024-07-24t043029592z-sambad-original.webp)