ବାରଣାସୀ: ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀରେ ପହଞ୍ଚିଛନ୍ତି। ଏଠାରେ ସେ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ଦୀର୍ଘଦିନର ପରିବାରବାଦ, ଦୁର୍ନୀତି ଉତ୍ତରପ୍ରଦେଶକୁ ବିକାଶରେ ପଛକୁ ଠେଲି ଦେଇଛି। ପୂର୍ବ ସରକାର ଏକ ଅସୁସ୍ଥ ରାଜ୍ୟ ସୃଷ୍ଟି କରିଥିଲେ। ଏଠାରେ ଥିବା ଯୁବକମାନେ ସେମାନଙ୍କ ଭବିଷ୍ୟତକୁ ଛଡ଼ାଇ ନେଇଥିଲେ।" ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "କଂଗ୍ରେସର ଯୁବରାଜ କାଶୀକୁ ଆସି କହିଛନ୍ତି ଯେ କାଶୀର ଯୁବକମାନେ ନିଶାଗ୍ରସ୍ତ | ଏହା କେଉଁ ପ୍ରକାର ଭାଷା। ସେ ମୋଦୀଙ୍କୁ ଦୁର୍ବ୍ୟବହାର କରିବାର ଦୁଇ ଦଶନ୍ଧି ବିତାଇଦେଲେଣି ।
ବର୍ତ୍ତମାନ ସେ କାଶୀର ଯୁବପିଢିଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଯିଏ ନିଜର ହୋସ ହରାଇଛନ୍ତି, ସେ ମୋର କାଶୀର ଯୁବକମାନଙ୍କୁ ନିଶାଗ୍ରସ୍ତ ବୋଲି କହୁଛନ୍ତି। ଏଥିରୁ ଗୋଟିଏ କଥା ହିଁ ସ୍ପଷ୍ଟ କଂଗ୍ରେସ ସମ୍ପୂର୍ଣ୍ଣ ହତାଶ ହୋଇପଡିଛି ।" ବାସ୍ତବରେ କିଛିଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ,' ମୁଁ ବାରାଣାସୀ ଯାଇଥିଲି। ଏଠାରେ ରାତିରେ ମୁଁ ଦେଖିଲି ଯେ ବାଜା ବାଜୁଥିଲା ଓ ଉତ୍ତରପ୍ରଦେଶର ଭବିଷ୍ୟତମାନେ ମଦ ପିଇ ରାସ୍ତାରେ ଗଡି ଗଡି ନାଚୁଥିଲେ |
ଅନ୍ୟପକ୍ଷରେ ରାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମ୍ବାନୀ ଏବଂ ଭାରତର କୋଟିପତିମାନେ ନଜର ଆସିଥିଲେ । ରାହୁଲ ଗାନ୍ଧୀ କହିଥିଲେ ଯେ ଦେଶର ପିଲାମାନଙ୍କୁ କୁହାଯାଏ ଯେ, ଭଲରେ ପାଠ ପଢ | ଯାହାଦ୍ୱାରା ତୁମେମାନେ ଚାକିରି ପାଇପାରିବ | ପାଠପଢ଼ାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ, ଯେତେବେଳେ ପିଲାମାନେ ପରୀକ୍ଷା ପାଇଁ ଆସନ୍ତି, ପ୍ରଶ୍ନପତ୍ର ଲିକ୍ ହୋଇଯାଏ | ଆପଣଙ୍କୁ ଚାକିରି ମିଳେନାହିଁ | କିନ୍ତୁ କିଛି ଲୋକ କିଛି ନକରି ଚାକିରି ପାଆନ୍ତି | ଏହା ହେଉଛି ଯୁବକମାନଙ୍କର ଭବିଷ୍ୟତ' |