ଅନ୍ୟ ଉପରେ ଦୋଷ ଲଦୁଥିବା ସରକାର ଦିଲ୍ଲୀରେ ଆବଶ୍ୟକ ନାହିଁ : ମୋଦୀ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟଗ୍ରହଣ ଲାଗି ଆଉ ମାତ୍ର ୪ ଦିନ ସମୟ ଥିବାବେଳେ ଆଜି ପୁଣି ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀର ଦ୍ୱାରକାଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ଦିଲ୍ଲୀ ଏପରି ଏକ ସରକାର ଆବଶ୍ୟକ କରେ ଯାହାକି ନୂଆ ଦିଗ ଦେଖାଇପାରୁଥିବ, ପ୍ରତି କଥାରେ ଅନ୍ୟକୁ ଦୋଷ ଦେଉଥିବା ସରକାର ନୁହେଁ । ଦିଲ୍ଲୀ ଏପରି ଏକ ସରକାର ଆବଶ୍ୟକ କରେ ନାହିଁ ଯିଏକି ଆମକୁ ଆକ୍ରମଣ କରିବାକୁ ଶତ୍ରୁକୁ ସୁଯୋଗ ଦେଇଚାଲିଥିବ । ଆପକୁ ଟାର୍ଗେଟ କରି ସେ କହିଛନ୍ତି ଯେ ଆପ ସରକାର ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି ।

ସୋମବାରଦିନ ଦିଲ୍ଲୀର କରକରଡୁମାଠାରେ ଆୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୋଦୀ କହିଥିଲେ ଯେ ବିଗତ କିଛି ଦିନ ଧରି ନାଗରିକତା (ସଂଶୋଧନ) ଆଇନକୁ ନେଇ ଦିଲ୍ଲୀର ସିଲମପୁର, ଜାମିଆ ବା ସାହିନବାଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ଏହା କ’ଣ ଏକ ସଂଯୋଗ ମାତ୍ର ? ଏଗୁଡ଼ିକ ପଛରେ ଏକପ୍ରକାରର ରାଜନୀତି ରହିଛି । ଏଗୁଡ଼ିକ ଦେଶକୁ ବଦନାମ କରିବାକୁ ଉଦ୍ଦିଷ୍ଟ । ଏହି ଲୋକମାନେ ଦେଶକୁ ଭାଗ ଭାଗ କରିବାକୁ ଚାହୁଁଥିବା ଲୋକମାନଙ୍କୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି । ଦିଲ୍ଲୀରେ ନିୟମିତ ବୋମା ବିସ୍ଫୋରଣ ହେଉଥିବା ବେଳେ ଏହି ଲୋକମାନେ ବାଟଲାହାଉସ ଏନକାଉଣ୍ଟରକୁ ମିଛ ବୋଲି କହୁଥିଲେ ।

ସମ୍ବନ୍ଧିତ ଖବର