ନୂଆଦିଲ୍ଲୀ: ସେପ୍ଟେମ୍ବର ୯-୧୦ରେ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ଓ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ନିଜ ଦେଶରେ କୂଟନୈତିକ ବୈଠକ କେଉଁଠି କରିବ ତାହା ଭାରତକୁ କହିବାର ଅଧିକାର ଏହି ଦୁଇ ଦେଶଙ୍କ ନାହିଁ ବୋଲି ମୋଦୀ କହିଛନ୍ତି। କାଶ୍ମୀର ଓ ଅରୁଣାଚଳ ପ୍ରଦେଶରେ ଜି-୨୦ ବୈଠକ ଆୟୋଜନ କରୁଥିବା ଭାରତ ବିରୋଧରେ ଚୀନ ଓ ପାକିସ୍ତାନ ଉଠାଇଥିବା ସମସ୍ତ ଆପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦୀ ଖାରଜ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆୟୋଜକ ରାଷ୍ଟ୍ର ନିଜ ଦେଶର ପ୍ରତ୍ୟେକ ସ୍ଥାନରେ କୂଟନୈତିକ ବୈଠକ କରିବା ସ୍ୱାଭାବିକ ଏବଂ ଏହା ଏହାର ଆଭ୍ୟନ୍ତରୀଣ ମାମଲା।
ସୂଚନାଯୋଗ୍ୟ ଯେ, ଚୀନ୍ ଓ ପାକିସ୍ତାନର ତୀବ୍ର ବିରୋଧ ମଧ୍ୟରେ ମେ ମାସରେ ଭାରତ କଶ୍ମୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଜି-୨୦ ପର୍ଯ୍ୟଟନ ବୈଠକ କରିଥିଲା। ତାହା ପୂର୍ବରୁ ମାର୍ଚ୍ଚ ମାସରେ ଜି-୨୦ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମାନଙ୍କୁ ଅରୁଣାଚଳପ୍ରଦେଶ ବୁଲାଇ ନେଇଥିଲା ଭାରତ । ଏହାକୁ ବି ଚୀନ ବିରୋଧ କରିଥିଲା ।
ମୋଦୀ କହିଛନ୍ତି ଯେ ଯଦି ଆମେ ସେଠାରେ କୌଣସି ବୈଠକ କରିନଥାନ୍ତୁ, ତେବେ ତାହା ସେମାନଙ୍କ ବିବାଦକୁ ବୈଧତା ପ୍ରଦାନ କରିଥାନ୍ତା । ଆମଦେଶ ବିଶାଳ ଓ ବିବିଧତାପୂର୍ଣ୍ଣ, ଯଦି ଆମ ଦେଶରେ ଜି୨୦ ବୈଠକ ହେଉଛି ତେବେ ସ୍ବାଭାବିକ ନୁହେଁ, କି ତାହା ଦେଶର ପ୍ରତି ଅଂଚଳରେ ହେଉ ।