ଥାନେ: ମହାରାଷ୍ଟ୍ରର ଥାନେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୨,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଏବେ ଅର୍ବାନ ନକ୍ସଲ ଗ୍ୟାଙ୍ଗ ଦ୍ୱାରା ପରିଚାଳିତ ହେଉଛି । ସମାଜକୁ ବିଭାଜିତ କରିବା ଓ ସମାଜରେ ଘୃଣା ସୃଷ୍ଟି କରିବା କଂଗ୍ରେସ ଓ ଏହାର ସହଯୋଗୀଙ୍କ ଏକମାତ୍ର ଲକ୍ଷ୍ୟ। ଯଦି ଆମେ ବିଭାଜିତ ହୋଇ ରହିବୁ, ଯେଉଁମାନେ ଆମକୁ ବିଭାଜନ କରିବେ ସେମାନେ ଖୁସି ମନେଇବେ। ତେଣୁ ଆମକୁ ବିଭାଜିତ ହେବାକୁ ପଡ଼ିବ ନାହିଁ। ଆମ ସରକାର ଓ୍ଵାକ୍ଫଉପରେ ବେଆଇନ ଦଖଲ ଉପରେ ଏକ ବିଲ୍ ଆଣିଛନ୍ତି ଏବଂ କଂଗ୍ରେସ ଏବଂ ଏହାର ଶିଷ୍ୟମାନେ ତୁଷ୍ଟୀକରଣ ପାଇଁ ଏହାକୁ ବିରୋଧ କରୁଛନ୍ତି।
କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସର ଚିନ୍ତାଧାରା ସର୍ବଦା ବିକାଶ ବିରୋଧୀ ରହିଆସିଛି ଏବଂ ତାଙ୍କ ସରକାର ସମୟରେ ବିକାଶର ରେକର୍ଡ ପ୍ରସ୍ତୁତ କରାଯାଉଛି । ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ମହାୟୁତି ସରକାରଙ୍କୁ ପ୍ରଶଂସା କରିବା ସହ କହିଥିଲେ ଯେ ଏହି ସରକାର ରାଜ୍ୟରେ ଦ୍ରୁତ ଗତିରେ ବିକାଶ କାର୍ଯ୍ୟ କରୁଛନ୍ତି । ଗୋଟିଏ ପଟେ ଆମେ ବିକାଶ କରୁଛୁ ଏବଂ ଅନ୍ୟପଟେ କଂଗ୍ରେସ ଓ ମହା ଆଘାଡିର ଲୋକମାନେ ବିକାଶକୁ ଅଟକାଇ ଦେଉଛନ୍ତି। ମହା ଆଘାଡିର ଲୋକମାନେ ବିକାଶ ବିରୋଧୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/vdSp0KU0ESJdN58fVAKI.jpeg)