ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ସେ ‘ଜୟ ଶ୍ରୀରାମ’ କହିଲେ ସେ ଲୋକମାନଙ୍କୁ ଜେଲରେ ପୁରାଇ ଦେଉଛନ୍ତି । କିଛିଦିନ ତଳେ ମମତା ନିର୍ବାଚନ ପ୍ରଚାରରେ ଯାଉଥିବାବେଳେ କେତେକ ଲୋକ ଜୟଶ୍ରୀରାମ କହିବାରୁ ସେମାନଙ୍କୁ ପୁଲିସ ଗିରଫ କରିଥିଲା।

Advertisment

ଅନ୍ୟପକ୍ଷରେ ଫନି ବାତ୍ୟା ବିଧ୍ୱସ୍ତ ଅଞ୍ଚଳର ପୁନନିର୍ମାଣ ପାଇଁ ମମତାଙ୍କୁ ୨ ଥର ଫୋନ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ । ଆହୁରି ମଧ୍ୟ ବାତ୍ୟା ପାଇଁ ସମୀକ୍ଷା ବୈଠକ କରିବାକୁ ମମତା ମନା କରିଦେଇଥିଲେ ବୋଲି ମୋଦୀ କହିଛନ୍ତି । ନିର୍ବାଚନରେ ବ୍ୟସ୍ତ ଥିବାରୁ ମମତାଙ୍କ ପାଖରେ ସମୟ ନାହିଁ ବୋଲି ତାଙ୍କ ଅଫିସ ତରଫରୁ କୁହାଯାଇଥିଲା। ଗତ କାଲି ମୋଦୀ ମମତାଙ୍କ ସହ କଥା ହୋଇନଥିବାରୁ ତୃଣମୂଳ କଂଗ୍ରେସ ଅଭିଯୋଗ କରିଥିଲା ବୋଲି କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା । ଏ ସଂପର୍କରେ ନିଜର ସ୍ଥିତି ସ୍ପଷ୍ଟ କରି ପିଏମଓ । ପିଏମଓ ପକ୍ଷରୁ କୁହାଯାଇଛି ଯେ ମମତାଙ୍କ ଅଫିସକୁ ଦୁଇ ଥର ଫୋନ କରିବାକୁ ଉଦ୍ୟମ କରାଯାଇଥିବାବେଳେ ପ୍ରତିଥର ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଅଛନ୍ତି ଓ କଲବ୍ୟାକ୍‌ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଫୋନ କରାଯାଇନଥିଲା।