ବାରିପଦା : ପୁରୀରେ ନବୀନଙ୍କ ମହିଳା କାର୍ଡକୁ ବାରିପଦାରେ ମୋଦି ଦେଇଛନ୍ତି ଜବାବ । ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିସନ୍ ଶକ୍ତି ମହାସମାବେଶ କରି  ମହିଳା କାର୍ଡ ଖେଳିଥିବା ବେଳେ, ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଜବାବ ଦେଇଛନ୍ତି।କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ନେଇ ଅନେକ ଯୋଜନା କରୁଛନ୍ତି । କିନ୍ତୁ ଓଡିଶା ସରକାର କେନ୍ଦ୍ରର ଯୋଜନାକୁ ଗ୍ରହଣ କରୁନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।  ଶିକ୍ଷା, ସ୍ୱାସ୍ଥ୍ୟ ସମେତ ମହିଳାଙ୍କୁ ସୁରକ୍ଷା ଦେବାରେ ଓଡିଶା ପଛରେ ରହିଥିବା ସେ ପ୍ରକାଶ କରିଛନ୍ତି। ଏଥି ସହ ସେ ପିପିଲି ପୀଡ଼ିତାଙ୍କ ପ୍ରସଙ୍ଗକୁ ପରୋକ୍ଷ ଭାବେ ସାମ୍ନାକୁ ଆଣି ପୁରୀର ଝିଅକୁ ନ୍ୟାୟ ମିଳିଲା ନାହିଁ ବୋଲି କହିଥିଲେ।

Advertisment

ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଦର୍ଶାଇ ପୁରୀ ଜିଲ୍ଲା ପିପିଲିରେ ଘଟିଥିବା ବେବିନା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସମ୍ପର୍କରେ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ଧାର୍ମିକସ୍ଥଳ ପୁରୀରେ ଝିଅମାନଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି ରାଜ୍ୟ ସରକାର। ସରକାରୀ ଯାଞ୍ଚରେ ଦୁର୍ବଳତା ହେତୁ ଅପରାଧୀ ଖସି ଯାଉଛନ୍ତି।

publive-image

ଆଜି ଗୋଟିଏ ଦିନରେ ଦୁଇଟି ରାଜନୈତିକ ସଭା ରାଜ୍ୟ ରାଜନୀତିରେ ଚହଳ ପକାଇଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ମହିଳା ସଶକ୍ତିକରଣ କିମ୍ବା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ଏସଏଚଜି ଗ୍ରୁପ ଗୁଡିକୁ ବିନା ସୁଧରେ ଋଣ ଦେବା ନିମନ୍ତେ ଘୋଷଣା କରିଛନ୍ତି ନବୀନ । ଅନ୍ୟପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାରିପଦାରେ ରାଜ୍ୟ ସରକାରଙ୍କୁ ଘେରିବା ସହ ମହିଳା ପ୍ରସଙ୍ଗରେ ଗୁରୁତ୍ୱାରୋପ କରିଛନ୍ତି । ବାରିପଦାରେ ରଥଯାତ୍ରାରେ ମା’ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିବାର ପରମ୍ପରାକୁ ପ୍ରଂଶସା କରି ମୋଦି କହିଛନ୍ତି, ଏହା ଏକ ସ୍ଥାନ ଯେଉଁଠି ପବିତ୍ର ରଥଯାତ୍ରାରେ ମହିଳାମାନେ ମା’ ସୁଭଦ୍ରାଙ୍କର ରଥ ଟାଣିଥାନ୍ତି  ଆଉ ଏହି ପରମ୍ପରା ହିଁ ମହିଳା ସଶକ୍ତିକରଣର ବଡ ପ୍ରତୀକ ।