ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ନିଜର ଉତ୍ତର ରଖିବା ସମୟରେ ନିଜର ରୌଦ୍ର ରୂପ ଦେଖାଇଥିଲେ । ଏହି ଅବସରରେ ସେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳଙ୍କୁ କଠୋର ସମାଲୋଚନା କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଁ ନନେଇ ସେ ତାଙ୍କୁ କଠୋର ଭାଷାରେ ସମାଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, "ସମସ୍ତେ ନିଜ ପାଇଁ କିଛି ନା କିଛି କରନ୍ତି, ଆମକୁ ଅନ୍ୟମାନଙ୍କ ପାଇଁ କରୁଥିବା ଲୋକଙ୍କ ଆବଶ୍ୟକତା ରହିଛି। କ୍ଷମତା ସେବା ରେ ପରିଣତ ହେଲେ ରାଷ୍ଟ୍ର ଗଠନ ହୋଇଥାଏ। ଆମେ ସମ୍ବିଧାନର ଭାବନା ସହ ଚାଲିଥାଉ। ଆମେ ବିଷର ରାଜନୀତି କରୁନାହୁଁ । ଆମେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଉଚ୍ଚତମ ପ୍ରତିମୂର୍ତ୍ତି ନିର୍ମାଣ କରୁଛୁ । ସେ ବିଜେପି କିମ୍ବା ଜନତା ପାର୍ଟିର ନଥିଲେ। କିନ୍ତୁ ଏହି ଦେଶର ଦୁର୍ଭାଗ୍ୟ ଯେ ଆଜିକାଲି ଲୋକମାନେ ସହରାଞ୍ଚଳ ନକ୍ସଲଙ୍କ ଭାଷା କହୁଛନ୍ତି।“
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ରାହୁଲ ଗାନ୍ଧି ଏକ ଜନସଭାରେ କହିଥିଲେ ଯେ ସେ ଓ ତାଙ୍କ ଦଳ ବିଜେପି ଓ ଆରଏସଏସ ବିରୋଧରେ ଲଢୁଛନ୍ତି । ଦେଶର ସବୁ ସଂସ୍ଥା ଆରଏସଏସର ନିୟନ୍ତ୍ରଣକୁ ଚାଲିଯାଇଛି । ଏଣୁ ସେ ରାଷ୍ଟ୍ର ବିରୋଧରେ ବି ଲଢୁଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/04/ZYEzNQ2wHxTS7W57ZPBz.jpeg)