ଜାପାନରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଚଳିତ ମାସ ୨୭ରୁ ୨୯ ପର୍ଯ୍ୟନ୍ତ ଜାପାନର ଓସାକାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ଏ ସଂପର୍କରେ ଆଜି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓସାକାର ଇଣ୍ଟରନାସନାଲ ଏକଜିବିସନ ସେଣ୍ଟରଠାରେ ଏହା ଅନୁଷ୍ଠିତ ହେବ । ମୋଦି ଏହି ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ସେ ମଧ୍ୟ ଅନ୍ୟ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ । ରାଷ୍ଟ୍ରମୁଖ୍ୟଭାବେ ଏହା ହେବ ମୋଦିଙ୍କର ୬ଷ୍ଠ ଜି-୨୦ ସମ୍ମିଳନୀ । ଜି-୨୦ ସଦସ୍ୟଭୁକ୍ତ ରାଷ୍ଟ୍ରମାନେ ବିଶ୍ୱର ମୋଟ ଜିଡିପିର ୯୦ ପ୍ରତିଶତ ଅଧିକାର କରିଥାନ୍ତି ।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଏହି ବୈଠକରେ ଭାରତର ସେର୍ପା ହେବେ । ଜି-୨୦ ବୈଠକରେ ସେର୍ପାର ଅର୍ଥ ହେଉଛି ଗୋଟିଏ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସ୍ୱତନ୍ତ୍ର ପ୍ରତିନିଧି, ଯିଏ କି ରାଷ୍ଟ୍ରମୁଖ୍ୟଙ୍କ ଗସ୍ତ ପୂର୍ବରୁ ସବୁପ୍ରକାରର ପ୍ରସ୍ତୁତି କରନ୍ତି ।

ସମ୍ବନ୍ଧିତ ଖବର