ନୂଆଦିଲ୍ଲୀ: କାନାଡାରେ ଅନୁଷ୍ଠିତ ହେଉଥିବା ଜି-୭ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହିତ ବିଗତ କିଛି ଦିନ ହେଲା ଚାଲିଥିବା ବିଭିନ୍ନ କଳ୍ପନାଜଳ୍ପନାର ଅନ୍ତ ଘଟିଛି । କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଜି-୭ ଶିଖର ସମ୍ମିଳନୀ ପାଇଁ ଭାରତକୁ ନିମନ୍ତ୍ରଣ ପଠାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। 

Advertisment

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଫୋନରେ କଥା ହେବା ଏକ ଆନନ୍ଦର କଥା। ସାମ୍ପ୍ରତିକ ନିର୍ବାଚନରେ ତାଙ୍କ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲି ଏବଂ ଏହି ମାସ ଶେଷରେ କାନାନାସ୍କିସରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀକୁ ମୋତେ ନିମନ୍ତ୍ରଣ କରିବା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଲି।"

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, "ଗଭୀର ଲୋକ-ଜନ ସମ୍ପର୍କ ଦ୍ୱାରା ଆବଦ୍ଧ ଦୁଇ ଗତିଶୀଳ ଗଣତନ୍ତ୍ର ଭାବରେ, ଭାରତ ଏବଂ କାନାଡା ପାରସ୍ପରିକ ସମ୍ମାନ ଏବଂ ସମାନ ସ୍ୱାର୍ଥର ମାର୍ଗଦର୍ଶନରେ ନୂତନ ଶକ୍ତି ସହିତ ଏକାଠି କାମ କରିବେ। ଆମେ ଶିଖର ସମ୍ମିଳନୀରେ ଆମର ବୈଠକ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛୁ।" ପୂର୍ବରୁ, ଏପରି କଳ୍ପନାଜଳ୍ପନା କରାଯାଉଥିଲା ଯେ କାନାଡା ସହିତ ସମ୍ପର୍କରେ ତିକ୍ତତା ଯୋଗୁଁ ଭାରତକୁ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବ ନାହିଁ।

 କାନାଡା ସରକାର ଚଳିତ ବର୍ଷ ଜୁନ୍ ୧୫-୧୭ରେ ଆଲବର୍ଟାର କାନାନାସ୍କିସ୍ ରିସର୍ଟରେ ଜି୭ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି।