ମୋଦୀ ହିଟଲରଙ୍କ ରାସ୍ତାରେ ଯାଉଛନ୍ତି, ହିଟଲରଙ୍କ ପରି ମରିବେ : କଂଗ୍ରେସ ନେତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ଆପତ୍ତିଜନକ ତଥା ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ନେତା ସୁବୋଧ କାନ୍ତ ସହାୟ । ସେ କହିଛନ୍ତି ଯେ ମୋଦୀ ଏବେ ହିଟଲରଙ୍କ ପଥରେ ଯାଉଛନ୍ତି ଓ ତାଙ୍କର ମୃତ୍ୟୁ ମଧ୍ୟ ହିଟଲରଙ୍କ ପରି ହେବ ।

ଆଉଜଣେ ବରିଷ୍ଠ କଂଗ୍ରେସ ନେତା ହରିଶ ରାଓ୍ବତ କହିଛନ୍ତି ଯେ ସହାୟ କଣ କହିଛନ୍ତି ସେ ଶୁଣିନାହାନ୍ତି, କିନ୍ତୁ ସତ୍ୟାଗ୍ରହୀ କେବେ ମିଛ କହନ୍ତି ନାହିଁ ଓ ସେ ସତ ହିଁ କହିଥିବେ ।

ଅନ୍ୟପକ୍ଷରେ ସହାୟଙ୍କ ବିବାଦୀୟ ବୟାନକୁ ବିରୋଧ କରିଛି ବିଜେପି । ବିଜେପି ମୁଖପାତ୍ର ଶେହଜାଦ ପୁନାଓ୍ବାଲା କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ନିଜ ନେତାମାନଙ୍କ ଦ୍ବାରା ବୟାନକୁ ନିନ୍ଦା କରାଯାଉନାହିଁ । ଏହା ଦର୍ଶାଉଛି ଯେ ଏସବୁ ବୟାନ ପଛରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସବୁଜ ସଂକେତ ରହିଛି, ଏଣୁ ସେମାନେ ଏପରି ବିବାଦୀୟ ବୟାନ ଉପରେ ରୋକ ଲଗାଉ ନାହାନ୍ତି ।

କିଛି ଦିନ ତଳେ ଆଉ ଜଣେ କଂଗ୍ରେସ ନେତା ତଥା ନାଗପୁର କଂଗ୍ରେସର ସଭାପତି ଶେଖ ହୁସେନ କହିଥିଲେ ଯେ ଯେପରି କୁକୁରମାନଙ୍କ ମୃତ୍ୟୁ ହୁଏ, ମୋଦୀଙ୍କର ସେପରି ମୃତ୍ୟୁ ହେବ । ନ୍ୟାସନାଲ ହେରାଲଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡି ଜେରା କରିବାକୁ ବିରୋଧ କରି ସେ ଏପରି ବୟାନ ଦେଇଥିଲେ ।

କେମିତି ମରିଥିଲେ ହିଟଲର ?

ସୂଚନାଯୋଗ୍ୟ ଯେ, ୧୯୪୫ ଏପ୍ରିଲ ୩୦ରେ ଜର୍ମାନ ଏକଛତ୍ରବାଦୀ ଶାସକ ହିଟଲର ଆତ୍ମହତ୍ୟା କରିଥିଲେ । ବର୍ଲିନର ଏକ ବଙ୍କରରେ ସେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲେ ।

 

ସମ୍ବନ୍ଧିତ ଖବର