ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଲୋକସଭା ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ମିଳିଥିବା ସୂଚନା ଅନୁସାରେ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୧ଟା ୩୦ରେ ପ୍ରାର୍ଥୀପତ୍ର ଦାଖଲ କରିବେ । ପ୍ରଧାନମନ୍ତ୍ରୀ ଆଜି ସକାଳ ୯ଟା ୩୦ରେ ବୁଥ ପ୍ରମୁଖ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେବେ ଏବଂ ପୁଣି ପୂର୍ବାହ୍ନ ୧୧ଟାରେ କାଳ ଭୈରବଙ୍କୁ ପୁଷ୍ପ ଅର୍ପଣ କରିବେ ।
ଏହି ଅବସରରେ ଜନତା ଦଳ (ୟୁନାଇଟେଡ)ର ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ , ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ତଥା ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ଲୋକ ଜନଶକ୍ତି ପାର୍ଟି ପ୍ରମୁଖ ରାମବିଳାସ ପାସୱାନ ପ୍ରମୁଖଙ୍କ ସମେତ ବହୂୁ ଏନ୍ ଡିଏ ନେତା ଉପସ୍ଥିତ ରହିବେ ।
photo-navbharattimesଏତଦବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ, ଗୃହମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ, ନୀତିନ ଗଡ଼କରୀ, ପୀୟୁଷ ଗୋୟଲ, ହେମା ମାଳିନୀ, ଜୟାପ୍ରଦା, ମନୋଜ ତିୱାରୀ, ରବି କିଷାନ, ଦିନେଶ ଲାଲ ଯାଦବ ପ୍ରମୁଖ ଉପସ୍ଥିତ ରହିବେ .େବେୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/jhhjh-1556167154.jpg)