ଏପ୍ରିଲ ୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୭ ତାରିଖରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ଆସନ୍ତା ମେ ୩ ତାରିଖରେ ଦେଶରେ ଲକଡାଉନ ଅବଧି ଶେଷ ହେଉଥିବାରୁ ଏହି ବୈଠକର ଗୁରୁତ୍ୱ ବଢିଯାଇଛି ।
ପୂର୍ବରୁ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୁଇଥର ଭିଡିଓ କନଫରେନ୍ସିଂ କରିସାରିଛନ୍ତି । ଗତ ମାର୍ଚ୍ଚ୨୪ରେ ଲକଡାଉନ ଘୋଷଣା ପୂର୍ବରୁ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି ଗତ ଏପ୍ରିଲ ୧୧ରେ ମଧ୍ୟ ଏହି ପରି ଏକ ଭିଡିଓ କନଫରେନ୍ସିଂ କରି ଆଲୋଚନା କରିଥିଲେ । ଏହା ପରେ ୧୪ ତାରିଖରେ ଲକଡାଉନକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରାଯାଇଥିଲା ।

ଅନ୍ୟପକ୍ଷରେ ଦେଶରେ ସ୍ୱାସ୍ଥ୍ୟ କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବାକୁ ସରକାର ଆଜି ଏକ ଅଧ୍ୟାଦେଶ ଆଣିଛନ୍ତି । ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ଏହି ଅଧ୍ୟାଦେଶକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ଓ କହିଛନ୍ତି ଯେ ଦେଶର କୋଭିଡ ଯୋଦ୍ଧାମାନଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପ୍ରତିଶୃତିବଦ୍ଧ । ସେମାନଙ୍କ ନିରାପତ୍ତା ନେଇ କୌଣସି ସାଲିସ କରାଯିବ ନାହିଁ ।

ସମ୍ବନ୍ଧିତ ଖବର