ବୁଧବାର ପୁଟିନଙ୍କୁ ଭେଟିବେ ମୋଦୀ, ଫୋକସରେ ରହିବ ଏକେ-୨୦୩ ରାଇଫଲ ଓ ହେଲିକାପ୍ଟର ଡିଲ୍‌

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥାତ ବୁଧବାରଦିନ ଭ୍ଲାଦିଭୋସ୍ତକଠାରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା, ପୁଞ୍ଜିନିବେଶ, ମହାକାଶ ବିଜ୍ଞାନ ଓ କାରିଗରୀ,ଶିଳ୍ପ,ବାଣିଜ୍ୟ, ଶକ୍ତି ଆଦି କ୍ଷେତ୍ରରେ ପ୍ରାୟ ୨୫ଟି ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି ।

ତେବେ ଚର୍ଚ୍ଚାରେ ରହିବ ଦୁଇଦେଶ ମଧ୍ୟରେ ହେବାକୁ ଥିବା ଏକେ ୨୦୩ ରାଇଫଲ ଚୁକ୍ତି ଓ ହେଲିକାପ୍ଟର ଚୁକ୍ତି । ଉତ୍ତରପ୍ରଦେଶର କୋରଓ୍ଵାଠାରେ ଏକେ୨୦୩ ରାଇଫଲ କାରଖାନା ସ୍ଥାପନ ପାଇଁ ଦୁଇଦେଶ ଗତ ଫେବ୍ରୁଆରୀମାସରେ ସହମତ ହୋଇଥିଲେ । ଏଥିପାଇଁ ଇଣ୍ଡୋ-ରଷିଆନ ରାଇଫଲ ପ୍ରାଇଭେଟ ଲିମିଟେଡ ନାମରେ ଏକ ଯୁଗ୍ମ ଉଦ୍ୟୋଗ ଗଠନ କରାଯାଇଛି । ଅନ୍ୟପକ୍ଷରେ ଭାରତ ଋଷିଆଠାରୁ ୨୦୦ଟି ଅତ୍ୟାଧୁନିକ ହାଲକା ହେଲିକାପ୍ଟର କିଣିବାକୁ ଅର୍ଡର ଦେଇଛି । ଏଥିଲାଗି ଋଷିଆ ଭାରତରେ ୨୦ ହଜାର କୋଟି ନିବେଶରେ ଏକ ଅତ୍ୟାଧୁନିକ ହେଲିକାପ୍ଟର କାରଖାନା ସ୍ଥାପନ କରିବ । ହାଲ ସହଯୋଗରେ ଏହି କାରଖାନା ସ୍ଥାପନ କରାଯିବ । ଏହି ଚୁକ୍ତି ମାଧ୍ୟମରେ ହାଲକୁ ଟେକନଲୋଜୀ ହସ୍ତାନ୍ତର ମଧ୍ୟ କରାଯିବ ।

ସମ୍ବନ୍ଧିତ ଖବର