ଆସନ୍ତାକାଲି ବାରଣାସୀରେ ପହଞ୍ଚି ଗ୍ରାଣ୍ଡ୍‌ ରୋଡ୍‌ ସୋ’ କରିବେ ମୋଦୀ, ମତଦାତାଙ୍କୁ ଦେବେ ଧନ୍ୟବାଦ

0

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ବସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସୋମବାର ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଯିବେ ବୋଲି ସୂଚନା ରହିଛି। ତାଙ୍କୁ ବିପୁଳ ସଂଖ୍ୟକ ଭୋଟ୍‌ ଦେଇ ଜିତାଇଥିବାରୁ ସେ ବାରଣାସୀର ମତଦାତାମାନଙ୍କୁ ଧନ୍ୟବାଦ୍‌ ଦେବା ସହ ସେଠାରେ ଥିବା କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ବାରଣାସୀରୁ ଲଢୁଥିବା ମୋଦୀ ବିପୁଳ ସଂଖ୍ୟରେ ଭୋଟ୍‌ ପାଇଁ ବିଜୟ ଲାଭ କରିଛନ୍ତି। ସେ ମାର୍ଜିନ ୪,୭୯,୫୦୫ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି। ମୋଦୀ ନିଜର ବିଜୟ ପରେ ଖୁସି ବ୍ୟକ୍ତ କରିବା ସହ ମତଦାତାମାନଙ୍କୁ ଧନ୍ୟବାଦ ଦେବା ପାଇଁ ବାରଣାସୀରେ ଏକ ଗ୍ରାଣ୍ଡ୍‌ ରୋଡ୍‌ ସୋ’ କରିବାର ଯୋଜନା ରଖିଛନ୍ତି। ସେଠାରେ ସେ ‘ଗଙ୍ଗା ଆରତୀ’ ବି କରିବେ ବୋଲି ଜାଣିବାକୁ ମିଳିଛି।

ମୋଦୀ ସୋମବାର ସକାଳୁ ବାରଣାସୀରେ ପହଞ୍ଚିବେ। ସେ ସେଠାରେ ପହଞ୍ଚିବା ପରେ ପୋଲିସ୍‌ ଲାଇନ୍‌ରୁ କାଶି ବିଶ୍ୱନାଥ ମନ୍ଦିର ପର୍ଯ୍ୟନ୍ତ ଏକ ରୋଡ ସୋ’ କରିବାର ଯୋଜନା କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.