ପ୍ରଣବଙ୍କ ଆଶୀର୍ବାଦ ନେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ବାସଭବନରେ ଭେଟି ଆଶୀର୍ବାଦ ନେଇଛନ୍ତି। ପ୍ରଣବ ମୋଦୀଙ୍କୁ ମିଠା ଖୁଆଇ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ ଟ୍ବିଟ୍‌ କରି କହିଛନ୍ତି- ‘ପ୍ରଣବ ଦା’ଙ୍କୁ ଭେଟିବା ସର୍ବଦା ମୋ ପାଇଁ ବହୁତ ସୁନ୍ଦର ଅନୁଭବ। ତାଙ୍କର ଜ୍ଞାନ ଓ ଗରିମା ଅତୁଳନୀୟ।’ ନିକଟରେ ମୋଦୀ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀ ମନୋହର ଯୋଶୀଙ୍କ ଆଶୀର୍ବାଦ ନେଇଥିଲେ।

ସମ୍ବନ୍ଧିତ ଖବର