ଲୋକପ୍ରିୟତାରେ ଅନ୍ୟ ବିଶ୍ବନେତାଙ୍କୁ ପଛରେ ପକାଇଲେ ମୋଦୀ

ନୂଆଦିଲ୍ଲୀ : ଲୋକପ୍ରିୟତାରେ ବିଶ୍ବର ଅନ୍ୟ ନେତାମାନଙ୍କୁ ପୁଣି ଥରେ ପଛରେ ପକେଇଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦ ମର୍ଣ୍ଣିଂ କନସଲଟ ପକ୍ଷରୁ କରାଯାଇଥିବା ସର୍ଭେରେ ତାଙ୍କ ଆପ୍ରୁଭାଲ ରେଟିଂ ସର୍ବାଧିକ ଥିବା କୁହାଯାଇଛି । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ସେସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଏହି ସର୍ଭେ ଅନୁସାରେ ମୋଦୀଙ୍କ ଆପ୍ରୁଭାଲ ରେଟିଂ ୭୦ ପ୍ରତିଶତ ରହିଛି । ୬୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ୨ୟ ସ୍ଥାନରେ ଅଛନ୍ତି । ୫୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ୩ୟ ସ୍ଥାନରେ ଅଛନ୍ତି ଇଟାଲିର ରାଷ୍ଟ୍ରପତି ମେରିଓ ଡ୍ରାଘି । ୫୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ୩ୟ ସ୍ଥାନରେ ଅଛନ୍ତି ଜର୍ମାନ ଚାନସେଲର ଆଞ୍ଜେଲା ମାର୍କେଲ । ତାଙ୍କ ତଳକୁ ରହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟୋନି ମୋରିସନ (୪୭ ପ୍ରତିଶତ) । ୪୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୬ଷ୍ଠ ସ୍ଥାନରେ ରହିଛନ୍ତି ।

Image

ଗୋଟିଏ ଜନମତ ସର୍ଭେରେ ଭାଗ ନେଇଥିବା କେତେ ପ୍ରତିଶତ ଲୋକ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରତି ସମର୍ଥନ ବା ପସନ୍ଦ ରହୁଛି ତାହାକୁ ନେଇ ଆପ୍ରୁଭାଲ ରେଟିଂ ନିର୍ଣ୍ଣୟ କରାଯାଏ । ସେହିପରି କେତେକ ପ୍ରତିଶତ ଲୋକ ଗୋଟିଏ ବ୍ୟକ୍ତିକୁ ଅପସନ୍ଦ କରୁଛନ୍ତି ତାହାକୁ ନେଇ ଡାସାପ୍ରୁଭାଲ ରେଟିଂ ନିର୍ଣ୍ଣୟ କରାଯାଏ ।

ସମ୍ବନ୍ଧିତ ଖବର