‌ମୋଦୀ-ଟ୍ରମ୍ପ କଥାବାର୍ତ୍ତା, ଏସ୍‌-୪୦୦ କ୍ଷେପଣାସ୍ତ୍ର କ୍ରୟ ପ୍ରସଙ୍ଗ ଉଠିଲାନି

ଓସାକା: ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଜାପାନ-ଆମେରିକା-ଭାରତ ତ୍ରିପାକ୍ଷିକ ଆଲୋଚନା ପରେ ଭାରତ-ଆମେରିକା ଦ୍ବିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ନେତା ଇରାନ, ୫ଜି ‌ଯୋଗାଯୋଗ ନେଟୱାର୍କ, ବାଣିଜ୍ୟ ଏବଂ ପ୍ରତିରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ହାତରେ ଟ୍ରମ୍ପ ପଠାଇଥିବା ଚିଠିରେ ଭାରତ ପ୍ରତି ତାଙ୍କର ଭଲପାଇବା ଦର୍ଶାଇଛନ୍ତି। ଏଥିପାଇଁ ମୋଦୀ ଟ୍ରମ୍ପକୁ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ନିର୍ବାଚନରେ ମୋଦୀ ବିଜୟୀ ହୋଇଥିବାରୁ ଟ୍ରମ୍ପ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମରିକ ଶକ୍ତି ଠାରୁ ଆରମ୍ଭ କରି ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଟ୍ରମ୍ପ କହିଛନ୍ତି। ‌‌ତେବେ ରୁଷଠାରୁ ଭାରତ ଏସ-୪୦୦ କ୍ଷେପଣାସ୍ତ୍ର କିଣିବା ନେଇ ଯେଉଁ ଯୋଜନା ରଖିଛି ତାହା ଉପରେ ଦୁଇ ନେତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର