ନୂଆଦିଲ୍ଲୀ :ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଜୟପୁରରେ ଦଳୀୟ କର୍ମୀଙ୍କୁ ଉଦବେଧନ ଦେବେ । ଇତିମଧ୍ୟରେ ଜୟପୁରଠାରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।ତେବେ ଜୟପୁର ଗସ୍ତ ପୂର୍ବରୁ ମୋଦୀ ଟ୍ୱିଟ ଯୋଗେ ଉଭୟ ବିଜୁ ଜନତା ଦଳ ଏବଂ କଂଗ୍ରେସକୁ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ।
ସେ ନିଜ ଟ୍ୱିଟରେ କହିଛନ୍ତି ଯେ, କୋରାପୁଟରେ ଏକ ସାଧାରଣ ସଭାରେ ଓଡିଶାବାସୀଙ୍କ ସହ କଥା ହେବା ପାଇଁ ଉତ୍ସାହିତ । ବିଜୁ ଜନତା ଦଳ ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି । କଂଗ୍ରେସ ମଧ୍ୟ ବିରୋଧୀ ଦଳର ଭୂମିକା ନେବାରେ ବ୍ୟର୍ଥ ହୋଇଛି । ଓଡିଶା ଏକ ଭଲ ସରକାର ପାଇଁ ହକଦାର । କେବଳ ବିଜେପି ହିଁ ଏହାକୁ ପୂରଣ କରିପାରିବ ବୋଲି ମୋଦୀ କହିଛନ୍ତି ।
ଓଡିଶାର ପ୍ରିୟ ଭାଇ ଓ ଭଉଣୀମାନେ । କୋରାପୁଟ ଜିଲ୍ଲାରେ ଏକ ସାଧାରଣ ସଭାରେ ଆପଣମାନଙ୍କ ସହ କଥା ହେବା ପାଇଁ ମୁଁ ଉତ୍ସାହିତ। ବିଜେଡି ରାଜ୍ୟର ସାଧାରଣ ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ଓ କଂଗ୍ରେସ ବିରୋଧୀ ଦଳର ଭୂମିକା ନେବାରେ ବ୍ୟର୍ଥ ଓଡ଼ିଶା ଏକ ଭଲ ସରକାର ପାଇଁ ହକଦାର ଓ ବିଜେପି ଏହା ପୂରଣ କରିବ। @BJP4Odisha
— Chowkidar Narendra Modi (@narendramodi) March 29, 2019
ଆଜି ମୋଦୀ ସାଧାରଣ ସଭାରେ ବିଜୁ ଜନତା ଦଳ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବେ ବୋଲି ଆଶା କରାଯାଉଛି । ଆଗରୁ ସେ ବିଜେଡି ପ୍ରତି ନରମ ଆଭିମୁଖ୍ୟ ଆପଣାଇଥିଲେ।କଂଗ୍ରେସ ଉପରେ ମଧ୍ୟ ବର୍ଷିବେ ବୋଲି ଆଶା କରାଯାଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ ମୋଦୀ ନବୀନଙ୍କୁ କାଠଗଡାକୁ ଟାଣିବେ ବୋଲି ବିଜେପି କର୍ମୀ ଆଶା କରୁଛନ୍ତି ।