ଜୟପୁର ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟ : ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ୍  କଲେ

ନୂଆଦିଲ୍ଲୀ :ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଜୟପୁରରେ ଦଳୀୟ କର୍ମୀଙ୍କୁ ଉଦବେଧନ ଦେବେ । ଇତିମଧ୍ୟରେ ଜୟପୁରଠାରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।ତେବେ ଜୟପୁର ଗସ୍ତ ପୂର୍ବରୁ ମୋଦୀ ଟ୍ୱିଟ ଯୋଗେ ଉଭୟ ବିଜୁ ଜନତା ଦଳ ଏବଂ କଂଗ୍ରେସକୁ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ।

ସେ ନିଜ ଟ୍ୱିଟରେ କହିଛନ୍ତି ଯେ, କୋରାପୁଟରେ ଏକ ସାଧାରଣ ସଭାରେ ଓଡିଶାବାସୀଙ୍କ ସହ କଥା ହେବା ପାଇଁ ଉତ୍ସାହିତ । ବିଜୁ ଜନତା ଦଳ ଜନତାଙ୍କ ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛି । କଂଗ୍ରେସ  ମଧ୍ୟ ବିରୋଧୀ ଦଳର ଭୂମିକା ନେବାରେ ବ୍ୟର୍ଥ ହୋଇଛି । ଓଡିଶା ଏକ ଭଲ ସରକାର ପାଇଁ ହକଦାର । କେବଳ ବିଜେପି ହିଁ ଏହାକୁ ପୂରଣ କରିପାରିବ ବୋଲି ମୋଦୀ କହିଛନ୍ତି ।

ଆଜି ମୋଦୀ ସାଧାରଣ ସଭାରେ ବିଜୁ ଜନତା ଦଳ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବେ ବୋଲି ଆଶା କରାଯାଉଛି । ଆଗରୁ ସେ ବିଜେଡି ପ୍ରତି ନରମ ଆଭିମୁଖ୍ୟ ଆପଣାଇଥିଲେ।କଂଗ୍ରେସ ଉପରେ ମଧ୍ୟ ବର୍ଷିବେ ବୋଲି ଆଶା କରାଯାଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତିକୁ ନେଇ ମୋଦୀ ନବୀନଙ୍କୁ କାଠଗଡାକୁ ଟାଣିବେ ବୋଲି ବିଜେପି କର୍ମୀ ଆଶା କରୁଛନ୍ତି ।

ସମ୍ବନ୍ଧିତ ଖବର