ଟିକା ନେବା ପରେ ବି ମାସ୍କ ପିନ୍ଧନ୍ତୁ: ମୋଦୀ

ନୂଆଦିଲ୍ଲୀ/କୋଲକାତା: କରୋନା ସଂକ୍ରମଣକୁ ନଜରରେ ରଖି ନିଜର ନିର୍ବାଚନ ରାଲିକୁ ବାତିଲ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭର୍ଚୁଆଲ ଭାବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି | ଆଜି ଭର୍ଚୁଆଲ ଭାବେ ମୋଦୀ ବିରଭୂମି, କୋଲକାତା, ମାଲଦା ଏବଂ ମୁର୍ସିଦାବାଦର ଭୋଟରଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ତୃଣମୂଳ କଂଗ୍ରେସ ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି |

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ନିର୍ବାଚନ କେବଳ କ୍ଷମତା ବଦଳାଇବା ପାଇଁ ନୁହେଁ। ଏହି ନିର୍ବାଚନରେ ​​ମୁଁ ଆଶାରେ ଭରପୁର ପଶ୍ଚିମବଙ୍ଗକୁ ଦେଖୁଛି | ପଶ୍ଚିମବଙ୍ଗରେରେ ଶାନ୍ତି, ନିରାପତ୍ତା ଏବଂ ବିକାଶ ପାଇଁ ଏକ ଝଲକ ଦେଖାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ପଶ୍ଚିମବଙ୍ଗ ଏପରି ଏକ ଶାସନ ପାଇଁ ଆଗ୍ରହୀ, ଯେଉଁଠାରେ ସରକାରଙ୍କ ପ୍ରତ୍ୟେକ ବିଭାଗ ଏହାର କାର୍ଯ୍ୟ କରିବା ଏବଂ ଏହାର ଦାୟିତ୍ୱ ତୁଲାଉଥିବ | ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବା ମାତ୍ରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅଧୀନରେ କୃଷକଙ୍କୁ ୧୮ ହଜାର ଟଙ୍କା ମିଳିବ |

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଟିକା ନେବା ପରେ ମଧ୍ୟ ମାସ୍କ ଆବଶ୍ୟକ | ମୋଦୀ କହିଛନ୍ତି ଯେ ଆମ ସରକାର ସାରା ଦେଶରେ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ଗରିବଙ୍କ ପାଇଁ ଦୁଇ କୋଟିରୁ ଅଧିକ ଘର ନିର୍ମାଣ କରିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ପରେ ଗରିବଙ୍କ ପାଇଁ ଗୃହ ନିର୍ମାଣର ଗତି ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବ। ବିଜେପି ସରକାରଙ୍କ ଏହା ପ୍ରୟାସ ରହିଛି ଯେ ଝିଅର ଜନ୍ମରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେମାନଙ୍କୁ ସମସ୍ତ ସୁବିଧା ଏବଂ ପ୍ରୋତ୍ସାହନ ମିଳିବା ଉଚିତ, ଯାହା ଦ୍ୱାରା ସେମାନେ ଏକ ଉନ୍ନତ ସମାଜ ଗଠନ କରିପାରିବେ।

ସମ୍ବନ୍ଧିତ ଖବର