ଚୁରାଚାନ୍ଦପୁର: ଉତ୍ତର-ପୂର୍ବ ରାଜ୍ୟ ମଣିପୁରକୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୩ରେ ଦଙ୍ଗା ଆରମ୍ଭ ହେବା ପରେ ମୋଦୀଙ୍କର ଏହା ପ୍ରଥମ ମଣିପୁର ଗସ୍ତ । ତେବେ ମଣିପୁରରେ ପ୍ରବଳ ବର୍ଷା ଯୋଗୁଁ ମୋଦୀ ହେଲିକପ୍ଟର ବଦଳରେ କାର ଯୋଗେ ଦଙ୍ଗାରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଚୁରାଚାନ୍ଦପୁରରେ ପହଞ୍ଚିଥିଲେ ଓ ସେଠାରେ ହିଂସା ପୀଡ଼ିତଙ୍କୁ ଭେଟିଥିଲେ। 

Advertisment

ସୂଚନା ଅନୁସାରେ ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରର ରାଜଧାନୀ ଇମ୍ଫାଲରେ ପହଞ୍ଚିବା ସମୟରେ ପ୍ରବଳ ବର୍ଷା ହେଉଥିଲା। ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ବର୍ଷା ଯୋଗୁଁ ପାଗ ହେଲିକପ୍ଟର ଯୋଗେ ଚୁରାଚାନ୍ଦପୁର ଯାତ୍ରା କରିବା ପାଇଁ ସୁରକ୍ଷିତ ନୁହେଁ। ରାଲି ସ୍ଥାନଟି ସଡ଼କ ପଥରେ ପ୍ରାୟ ଦେଢ଼ ଘଣ୍ଟା ଦୂରରେ ଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ ଯେ ସେ ସଡ଼କ ପଥରେ ରାଲି ସ୍ଥାନରେ ପହଞ୍ଚିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଚୁରାଚାନ୍ଦପୁର ପର୍ଯ୍ୟନ୍ତ ସଡ଼କ ପଥରେ ୬୫ କିଲୋମିଟର ଯାତ୍ରା କରିଥିଲେ ଏବଂ ମଣିପୁର ହିଂସାର ପୀଡିତଙ୍କୁ ମଧ୍ୟ ଭେଟିଥିଲେ। 

ସୁରକ୍ଷାକର୍ମୀଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେ ସମୟ ଲାଗିଲେ ମଧ୍ୟ ସେ ନିଶ୍ଚିତ ଭାବରେ ଯିବେ ଓ ହିଂସା ପୀଡିତଙ୍କ ସହ କଥା ହୋଇପାରିବେ। ସେ ମଧ୍ୟ ସେହିପରି କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଡ଼କ ପଥରେ ଯାତ୍ରା କରିବାକୁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଥିଲା।