୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି କହିଛନ୍ତି, ଆମେ ଜନାଦେଶକୁ ବିନମ୍ରତାର ସହ ଗ୍ରହଣ କରୁଛୁ। ଜୟ ଏବଂ ପରାଜୟ ଜୀବନର ଏକ ଅଂଶ। ଆଜିର ଫଳାଫଳ ଲୋକଙ୍କ ସେବା ପାଇଁ ଆମର ସଂକଳ୍ପ ଓ ନିଷ୍ଠାକୁ ଅଧିକ ମଜ୍ବୁତ୍ କରିବ ବୋଲି ମୋଦୀ କହିଛନ୍ତି। ବିଧାନସଭା ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ କଂଗ୍ରେସ ସମେତ ଟିଆର୍ଏସ୍ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ ଏବଂ ମିଜୋରାମ୍ରେ ଏମ୍ଏନ୍ଏଫ୍କୁ ଅଭିନନ୍ଦନ ଜଣାଇଛନ୍ତି। ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜେପି ସରକାର ଲୋକଙ୍କ କଲ୍ୟାଣ ପାଇଁ ଅହରହ କାର୍ଯ୍ୟ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।/sambad/media/post_attachments/wp-content/uploads/2018/12/West-Bengal-Chief-Minister-Mamata-Banerjee-1-300x200.jpg)
ବିଜେପି ବିରୋଧରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ୍ କରିବାରେ ପ୍ରମୁଖ ଭୂମିକା ନେଇଥିବା ଟିଏମ୍ସି (ତୃଣମୂଳ କଂଗ୍ରେସ) ମୁଖ୍ୟ ମମତା ବାନାର୍ଜୀ ଆଜିର ନିର୍ବାଚନ ଫଳାଫଳରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଏହା ଜନତାଙ୍କ ରାୟ ଏବଂ ସେମାନଙ୍କର ବିଜୟ। ଆଞ୍ଚଳିକ ଦଳ ଗୁଡ଼ିକୁ ଏକଜୁଟ୍ କରି ଏନ୍ଡିଏ ସରକାରକୁ କ୍ଷମତାଚ୍ୟୁତ କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ୨୦୧୯ ଲଢ଼େଇ ପାଇଁ ଆଜିଠାରୁ ଅବଗଣନା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ବିଜେପିର ବିପର୍ଯ୍ୟୟ ଏହି ଦଳର ଜନବିରୋଧୀ ନୀତି ପ୍ରତି ଲୋକଙ୍କ ଜବାବ ବୋଲି ସେ କହିଛନ୍ତି। କଂଗ୍ରେସର ସଫଳତାରେ ମମତା ଖୁସି ଜାହିର୍ କରି କହିଛନ୍ତି ଯେ ଜାତୀୟ ସ୍ତରରେ ଏକ ସୁଦୃଢ଼ ମହାମେଣ୍ଟ ହିଁ ଜାତୀୟ ରାଜନୀତିରେ ପରିବର୍ତ୍ତନ ଆଣିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/pm-narendra-modi-reuters_650x400_71523504733-1.jpg)