ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୨୩ (ରବିବାର) ଦିନ ଅଯୋଧ୍ୟା ଗସ୍ତ କରିବେ। ଅଯୋଧ୍ୟାରେ ମୋଦୀ ଦୀପୋତ୍ସବରେ ଅଂଶଗ୍ରହଣ କରିବେ। ପ୍ରଥମ ଥର ପାଇଁ ମୋଦୀ ଦୀପୋତ୍ସବରେ ଯୋଗ ଦେଉଛନ୍ତି। ଦୀପୋତ୍ସବର ଏହା ଷଷ୍ଠ ସଂସ୍କରଣ। ଦୀପୋତ୍ସବରେ ୧୫ ଲକ୍ଷରୁ ଅଧିକ ଦୀପ ଜଳିବ। ଦୀପୋତ୍ସବ ପୂର୍ବରୁ ମୋଦୀ ସନ୍ଧ୍ୟା ୫ଟାରେ ଭଗବାନ ଶ୍ରୀ ରାମଲାଲା ବିରାଜମାନଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବେ। ଏହାପରେ ମୋଦୀ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଯାଞ୍ଚ କରିବେ। ସନ୍ଧ୍ୟା ୬.୩୦ରେ ମୋଦୀ ସରଜୁ ନଦୀର ନୂଆ ଘାଟରେ ଆରତୀ ଦେଖିବେ। ଏହାପରେ ଦୀପୋତ୍ସବ ଆରମ୍ଭ ହେବ। ଉତ୍ତରପ୍ରଦେଶ ସରକାର ପ୍ରତିବର୍ଷ ଅଯୋଧ୍ୟା ଦୀପୋତ୍ସବ ପାଳନ କରୁଛନ୍ତି। ୨୦୧୭ରେ ଦୀପୋତ୍ସବ ଆରମ୍ଭ ହୋଇଥିଲା। ୨୦୨୧ରେ ରାଜ୍ୟ ସରକାର ଅଯୋଧ୍ୟାରେ ୯ ଲକ୍ଷ ଦୀପ ଜଳାଇ ବିଶ୍ବ ରେକର୍ଡ କରିଥିଲେ।
ଅଯୋଧ୍ୟା ଦୀପୋତ୍ସବରେ ଯୋଗ ଦେବେ ମୋଦୀ
/sambad/media/post_attachments/wp-content/uploads/2022/08/modi-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)