ମୋଦି ଆସିବ ଏବଂ ଯିବ, କିନ୍ତୁ ଦେଶ ଅବିଭାଜିତ ରହିବ, ଆମ ସଂସ୍କୃତି ଅମର ରହିବ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅକ୍ଟୋବର ୩ ତାରିଖ ୨୦୧୪ ମସିହାରେ ଆମେ ‘ମନ୍‌କି ବାତ୍‌’ ଯାତ୍ରା ଆରମ୍ଭ କରି ଆଜି ସୁବର୍ଣ୍ଣ ଜୟନ୍ତୀ ସଂସ୍କରଣରେ ପହଞ୍ଚିଛନ୍ତି। ଅନେକ ଲୋକ ଜାଣିବାକୁ ଚାହିଁଛନ୍ତି ‘ମନ୍‌କି ବାତ୍‌’ ଭଳି କାର୍ଯ୍ୟକ୍ରମର କେମିତି ମନକୁ ଆସିଲା? ଆଜି ମୁଁ ତାହା କହିବାକୁ ଯାଉଛି ବୋଲି ‘ମନ୍‌କି ବାତ୍‌’ର ୫୦ତମ ସଂସ୍କରଣରେ କହିଛନ୍ତି।

‘ମନ୍‌କି ବାତ୍‌’ ଆରମ୍ଭ କରିବା ବେଳେ ମୁଁ ଠିକ୍‌ କରିଥିଲି ଯେ ଏଥିରେ ରାଜନୀତି ରହିବ ନାହଁ କି, ମୋଦି ରହିବ ନାହିଁ ଏବଂ ଏହି ସଫଳତା ହାସଲ କରିବାକୁ ଆପଣମାନେ ଥିଲେ ମୋର ସର୍ବବୃହତ୍‌ ସମର୍ଥକ ଏବଂ ପ୍ରେରଣା।

ମୋଦି ଆସିବ ଏବଂ ଯିବ, କିନ୍ତୁ ଦେଶ ଅବିଭାଜିତ ରହିବ, ଆମ ସଂସ୍କୃତି ଅମର ରହିବ। ୧୩୦ କୋଟି ଲୋକଙ୍କର ଏଇ ଛୋଟ କାହାଣୀ ସବୁ ସର୍ବଦା ଅମର ରହିବ। ଏଇ ନୂତନ ପ୍ରେରଣାରେ ଏଇ ଦେଶ ଉଦ୍ଦୀପନାର ସହ ନୂତନ ସୋପାନ ଆରୋହଣ କରି ଚାଲିବ।

‘ମନ୍‌କି ବାତ୍‌’ ରାଜନୀତି ସମ୍ବନ୍ଧରେ ନୁହେଁ, ଦେଶର ଲୋକମାନଙ୍କ ପାଇଁ।

‘ମନ୍‌କି ବାତ୍‌’ର ସ୍ୱର ମୋର, କିନ୍ତୁ ଉଦାହରଣ, ଆବେଗ ଏବଂ ଉଚ୍ଛ୍ୱାସ ଲୋକମାନଙ୍କର।

ସେମାନଙ୍କ ଚାନେଲ୍‌ରେ ନିୟମିତ ‘ମନ୍‌କି ବାତ୍‌’ ପ୍ରସାରଣ କରୁଥିବାରୁ ମୁଁ ଗଣମାଧ୍ୟମକୁ ଧନ୍ୟବାଦ ଜଣାଉଛି। ଗଣମାଧ୍ୟମ ଉପରେ କୌଣସି ରାଜନୈତିକ ବ୍ୟକ୍ତି କେବେ ଖୁସି ହୁଅନ୍ତି ନାହିଁ, ସେମାନେ ଭାବନ୍ତି ସେମାନଙ୍କୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉନାହିଁ ବା ନକାରାତ୍ମକ ଭାବେ ଉପସ୍ଥାପନ କରାଯାଉଛି, ସେଯା’ହେଉ ଗଣମାଧ୍ୟମ ଆପଣାଛାଏଁ ଏହି କାର୍ଯ୍ୟକ୍ରମରେ ମାମଲାଗୁଡ଼ିକୁ ଉତ୍ଥାପନ କରୁଛନ୍ତି।

ପରିଚ୍ଛନ୍ନତା, ସଡ଼କ ସୁରକ୍ଷା, ନିଶାମୁକ୍ତ ଭାରତ ଏବଂ ଝିଅ ସହ ସେଲ୍‌ଫି ହେଉଛି କେତେକ ଉପକ୍ରମ ଯାହାକୁ ଗଣମାଧ୍ୟମ ସୃଜନାତ୍ମକ ଭାବେ ଅଭିଯାନରେ ନେଇଛି। ଟିଭି ଚାନେଲ୍‌ ସବୁ ଏହାକୁ ସବୁଠୁ ଅଧିକ ଦେଖାଯାଇଥିବା ରେଡିଓ କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି।

ଆଜିର ଯୁବକମାନେ ଖୁବ୍‌ ଉଚ୍ଚାଭିଳାଷୀ, ସେମାନେ ବଡ଼ ବଡ଼ କଥା ଭାବୁଛନ୍ତି। ଏଇଟା ଭଲ, ବଡ଼ ସ୍ୱପ୍ନ ଦେଖ ଏବଂ ବଡ଼ ସଫଳତା ହାସଲ କର- ଏ ହେଉଛି ନବ ଭାରତ। ଲୋକେ କୁହନ୍ତି ଯୁବପୀଢ଼ି ଏକ ସମୟରେ ବହୁ ଜିନିଷ କରିବାକୁ ଚାହାଁନ୍ତି। ମୁଁ କହୁଛି,ସେଥିରେ ଭୁଲ୍‌ ରହିଲା କେଉଁଠି? ସେମାନେ ଏକାଧିକ କାର୍ଯ୍ୟ କରିବାରେ ପ୍ରବୀଣ ତେଣୁ ସେମାନେ କରି ପାରିବେ।

ଆସନ୍ତାକାଲି ନଭେମ୍ବର ୨୬ ତାରିଖ ହେଉଛି ସମ୍ବିଧାନ ଦିବସ। ମହାନ୍‌ ଲୋକମାନଙ୍କ ଦ୍ୱାରା ପ୍ରସ୍ତୁତ ଅତି ବିସ୍ତତ ଏବଂ ବର୍ଣ୍ଣନାତ୍ମକ ସମ୍ବିଧାନ। ଗରିବ ମଧ୍ୟ ସମୃଦ୍ଧ ହୋଇ ପାରିବ। ଅଧିକାର ଓ କର୍ତ୍ତବ୍ୟର ସମାହାର ନାଗରିକମାନଙ୍କୁ ଆଗେଇ ନେବ।

ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଜାକଜମକରେ ପାଳନ କରାଯିବ। ଜନ୍ମବାର୍ଷିକୀ ମହାଡ଼ମ୍ବରେ ପାଳନ କରିବାକୁ ସରକାରଙ୍କର ସମସ୍ତ ବିଭାଗ ଏବଂ ଦୂତାବାସଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର