ଜନ୍ମଦିନ ଗୀତ ଗାଇଥିବାରୁ ମୋଦୀ ଦେବେ ଉପହାର

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୬୯ ତମ ଜନ୍ମଦିନ ପାଳନ କରିଥିଲେ | ଏହି ଅବସରରେ ମୋଦୀଙ୍କୁ ଅନେକ ଲୋକ ଶୁଭେଚ୍ଛା ଜଣାଇଥିବାବେଳେ ମୋଦୀଙ୍କୁ କିନ୍ତୁ ନାଗାଲାଣ୍ଡର କୁନି ଝିଅମାନଙ୍କ ଜନ୍ମଦିନ ଶୁଭକାମନା ବେଶ ପସନ୍ଦ ଆସିଛି | ନାଗାଲାଣ୍ଡର ସମାଜସେବୀ ତେମସୁଲା ଇମସୋନଂଗ ନିଜ ଟ୍ୱିଟରରେ ଏହି ଭିଡିଓକୁ ସେୟାର କରିଥିଲେ | ଯେଉଁଥିରେ ତିନିଜଣ କୁନି ଝିଅ ମୋଦୀଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ |

ଏହି ଭିଡିଓକୁ ଦେଖି ମୋଦୀ ଖୁସିରେ ଗଦଗଦ ହୋଇପଡିଥିଲେ | ମୋଦୀ ଏହି ଅବସରରେ ଉତ୍ତର ରଖିଥିଲେ ଯେ ଇଣ୍ଟରନେଟରେ ଆଜି ଦେଖାଯାଇଥିବା ସବୁ ମୁହୂର୍ତ୍ତ ମଧ୍ୟରୁ ଏହା ସବୁଠୁ ଅଭୁଲା ଥିଲା | ଏହା ସହ ମୋଦୀ ଲେଖିଥିଲେ ଯେ ନମୋ ମରଚେଣ୍ଟଟାଇଜ ପକ୍ଷରୁ ଖୁବ ଶୀଘ୍ର ପିଲାମାନଙ୍କୁ ଯୋଗାଯୋଗ କରାଯାଇ ଉପହାର ଦିଆଯିବ |


ଏଠାରେ ସୂଚନା ଥାଉ କି ନମୋ ମରଚେଣ୍ଟଟାଇଜରେ ନରେନ୍ଦ୍ର ମୋଦୀଙ୍କ ନାମରେ ଟି ସାର୍ଟ, କପ ଓ ଟୋପି କିଣାଯାଇପାରେ | ମୋଦୀ ଯେତେବେଳେ ଉପହାର ଦେବା ବାବଦରେ କହିଥିଲେ ନମୋ ମରଚେଣ୍ଟଟାଇଜ ପକ୍ଷରୁ ମଧ୍ୟ ଉପହାର ଦିଆଯିବାର ପ୍ରତିଶୃତି ଦିଆଯାଇଥିଲା |

ସମ୍ବନ୍ଧିତ ଖବର