ବାପା ହରାଇଥିବା ୫୦୦ ଯୁବତୀଙ୍କ ଗଣବିବାହରେ ଯୋଗ ଦେବେ ମୋଦୀ

ଅହମ୍ମଦାବାଦ: ନିଜ ବାପାଙ୍କୁ ହରାଇଥିବା ୫୦୦ ଯୁବତୀଙ୍କ ଗଣବିବାହ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପାପା ନି ପରି ଲଗ୍ନ ଉତ୍ସବ’ରେ ଯୋଗ ଦେବେ | ଏହି କାର୍ଯ୍ୟକ୍ରମ ୫୦୦ ଜଣ ଯୁବତୀଙ୍କର ଗଣବିବାହ ଆୟୋଜନ ହେବ | ଆସନ୍ତାକାଲି ଗୁଜୁରାଟର ସୌରାଷ୍ଟ୍ରର ଭାବନଗରରେ ଏହି ଗଣବିବାହ କାର୍ଯ୍ୟକ୍ରମ ଆୟୋଜିତ ହେବ। ସୂଚନା ଥାଉ କି ଯେଉଁ ଯୁବତୀମାନଙ୍କର ବିବାହ ହେବ ସେହି ଯୁବତୀମାନେ ନିଜ ପିତାଙ୍କୁ ହରାଇଛନ୍ତି | ଆଉ ପ୍ରଧାନମନ୍ତ୍ରୀ ମୋଦୀ ଏହି ଝିଅମାନଙ୍କୁ ଆଶୀର୍ବାଦ ଦେବେ । ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟ ଗସ୍ତରେ ଯିବେ। ଦକ୍ଷିଣ ଗୁଜୁରାଟର କପ୍ରାଡାଠାରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ।

ସୂଚନା ଥାଉ କି ଯେ ଗୁଜୁରାଟ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବୃଆରୀ ୧୮ରେ ଶେଷ ହେବ। ଗୁଜୁରାଟରେ ମୋଟ ୧୮୨ଟି ସିଟ୍ ଅଛି ଏବଂ ସଂଖ୍ୟାଗରିଷ୍ଠତା ସଂଖ୍ୟା ୯୨ ଥିବାବେଳେ ୧୮୨ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୩ଟି ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୨୭ଟି ବିଧାନସଭା ଆସନ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି | ୧୮୨ ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ଏଥର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟରେ ଏବଂ ଡିସେମ୍ବର ୫ ରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏଥି ସହିତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ସହିତ ଡିସେମ୍ବର ୮ ରେ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର