ପାଟନା: ଲୋକସଭା ନିର୍ବାଚନ୨୦୨୪ର ଫଳାଫଳର ଦୁଇ ଦିନ ପରେ ମଧ୍ୟ କିଛି ପ୍ରାର୍ଥୀ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବାକୁ ଆଶା ରଖିଛନ୍ତି। ପୂର୍ଣ୍ଣିୟା ସାଂସଦ ପପୁ ଯାଦବ ଏଭଳି ଆଶା ରଖି ବଡ ମନ୍ତବ୍ୟ ଦେଇଛନ୍ତି। ଫଳାଫଳ ସମ୍ପର୍କରେ ଏକ ମନ୍ତବ୍ୟ ପ୍ରଦାନ କରୁଥିବାବେଳେ ପପୁ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ସଭାପତି ଚନ୍ଦ୍ରବାବୁ ନାଇଡୁଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରିଛନ୍ତି।
ବିହାରର ଅନ୍ୟତମ ହଟ ସିଟ୍ ପୂର୍ଣ୍ଣିୟା ଲୋକସଭା ଆସନରୁ ଜିତିଥିବା ପପୁ ଯାଦବ କହିଛନ୍ତି ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ସର୍ବଦା ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାକୁ ଅନୁସରଣ କରିଆସୁଛନ୍ତି। ସେମାନେ ସାମାଜିକ ନ୍ୟାୟ ବିଷୟରେ କଥାବାର୍ତ୍ତା କରିଥାନ୍ତି। ମୋର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଅଛି ଯେ ଦେଶ ନୀତୀଶଙ୍କ ପାଇଁ ଗର୍ବିତ ହେବ। ନୀତୀଶ ଏବଂ ଚନ୍ଦ୍ରବାବୁ ନାଇଡୁ ଜନସାଧାରଣଙ୍କ ବିଶ୍ୱାସକୁ ପୂରଣ କରିବେ।
ପପୁ ଯାଦବ ଏବେ ମଧ୍ୟ ଆଶାବାଦୀ ଅଛନ୍ତି ଯେ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ଇଣ୍ଡିଆ ସହଯୋଗୀ ଦଳକୁ ସମର୍ଥନ କରିବେ। ଯାହାଦ୍ବାରା କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ। ପପୁ ଯାଦବ କହିଛନ୍ତି ଇଣ୍ଡିଆ ଏକ ମିଳିତ ସରକାର ଗଠନ କରିବ। ତେବେ ଯଦି ଏନଡିଏ ସରକାର ଗଠନ ହୁଏ ତେବେ ନରେନ୍ଦ୍ର ମୋଦୀ ଆଦୌ ପ୍ରଧାନମନ୍ତ୍ରୀ ହେବେ ନାହିଁ।
#WATCH बिहार: पूर्णिया लोकसभा सीट से निर्दलीय विजयी उम्मीदवार पप्पू यादव ने कहा, "नीतीश कुमार और चंद्रबाबू नायडू हमेशा महात्मा गांधी के विचार पर चले हैं,ये सामाजिक न्याय की बात करते हैं। मैं उम्मीद करता हूं और मुझे पूरा विश्वास है कि नीतीश जी पर देश को गर्व होगा जब वह देश के… pic.twitter.com/Sq995Hi08L
— ANI_HindiNews (@AHindinews) June 6, 2024
ପପୁ ଯାଦବ ଇଣ୍ଡିଆ ଆଲାଇନ୍ସରୁ ଟିକେଟ ପାଇବା ଆଶାରେ ନିଜ ଦଳକୁ କଂଗ୍ରେସ ସହିତ ମିଶ୍ରଣ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ଆରଜେଡି ପପୁ ଯାଦବଙ୍କ ବଦଳରେ ବିମା ଭାରତୀଙ୍କୁ ଏହାର ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ। ତେଣୁ ପପୁ ଯାଦବ ପୂର୍ଣ୍ଣିୟାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ଏବଂ ସେ ବିମା ଭାରତୀଙ୍କୁ ୫,୪୦,୪୩୬ଭୋଟରେ ପରାସ୍ତ କରିଥିଲେ। ଏବେ ପପୁ ଯାଦବ ପୁଣିଥରେ ଇଣ୍ଡିଆ ଆଲାଇନ୍ସର ପକ୍ଷ ନେଉଥିବାର ନଜର ଆସିଛନ୍ତି।
ତେବେ ପପୁ ଯାଦବଙ୍କ ଆଶା ପୂରଣ ହେବା ସମ୍ଭାବନା ଅତି କମ୍।କାରଣ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସରକାର ଗଠନ କରିବାକୁ ମନା କରି ଦେଇଛନ୍ତି। ଗତ ସନ୍ଧ୍ୟାରେ ଏନଡିଏ ବୈଠକରେ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ଏହା ସହିତ ୧୦ ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଏନଡିଏକୁ ସମର୍ଥନ କରିଛନ୍ତି। ଫଳରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।