ଲକଡାଉନ ବଢିବ ନା ସମାପ୍ତ ହେବ ସେ ବାବଦରେ ଆଜି ରାତି ୮ଟାରେ ଘୋଷଣା କରିପାରନ୍ତି ମୋଦୀ

ନୂଆଦିଲ୍ଲୀ: ଲକଡାଉନ ଓ କରୋନା ସଙ୍କଟ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ରାତି ୮ ଟାରେ କରୋନାକୁ ରୋକିବା ପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପ ବିଷୟରେ କହିବେ। ଏହି ସମୟ ମଧ୍ୟରେ ଲକଡାଉନ୍ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରାଯାଇପାରେ | ମିଳିଥିବା ସୂତ୍ରରୁ ଜଣାପଡିଛି ଯେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିପାରନ୍ତି। ଏହି ପର୍ଯ୍ୟାୟରେ ଲୋକମାନେ ଅଧିକ ସୁବିଧା ପାଇବେ | କଟକଣାକୁ କୋହଳ କରାଯିବା ବାବଦରେ ମୋଦୀ ଘୋଷଣା କରିପାରନ୍ତି |

swarajyamag.com

ଏଥିସହ ପିଏମ ମୋଦୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଏବଂ ଲକଡାଉନ୍ ଯୋଜନା ଉପରେ ମଧ୍ୟ ଆଲୋଚନା କରିପାରନ୍ତି । ଏଠାରେ ସୂଚନା ଥାଉ କି ଲକଡାଉନ୍-୩.୦ ଆଗାମୀ ୧୭ ତାରିଖରେ ସମାପ୍ତ ହେଉଛି | ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ଏବଂ ଲକଡାଉନ୍ ସମ୍ପର୍କରେ ଆଲୋଚନା କରିଥିଲେ।

ଲକ୍ ଡାଉନ୍ ହଟାଇବା ସପକ୍ଷରେ ଅଧିକାଂଶ ମୁଖ୍ୟମନ୍ତ୍ରୀ ମତ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନାକୁ ବ୍ୟାପିବାରୁ ‌ରୋକିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯିବା ଦରକାର। ଦେଶର ବିଭିନ୍ନ ସ୍ଥାନରେ ଅର୍ଥନ‌ୈତିକ କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଏହା ଆହୁରି ତ୍ବରାନ୍ବିତ ହେବ। କିନ୍ତୁ ଭାରତକୁ କରୋନା ମୁକ୍ତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସମ୍ବନ୍ଧିତ ଖବର