ବାରାଣାସୀରୁ ଜିତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାରାଣାସୀ : ବାରାଣାସୀରୁ ବିପୁଳ ବିଜୟ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କଂଗ୍ରେସର ଅଜୟ ରାୟଙ୍କ ପ୍ରାୟ ଦେଢ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ମୋଦୀଙ୍କୁ ପ୍ରାୟ ୬ ଲକ୍ଷ ୧୨ ହଜାର ଭୋଟ ମିଳିନଥିବାବେଳେ ଅଜୟ ରାୟଙ୍କୁ ୪ ଲକ୍ଷ ୬୦ ହଜାର ଭୋଟ ମଳିଛି । ୩ୟ ସ୍ଥାନରେ ରହିଛନ୍ତି ବହୁଜନ ସମାଜ ପାର୍ଟିର ଆଥେର ଜମାଲ ଲାଗି । ତାଙ୍କୁ ୩୩ ହଜାର ୭୬୬ ଭୋଟ ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀରୁ ଜିତିବାର ହ୍ୟାଟ୍ରିକ୍ କରିଥିଲେ ବି ଏଥର ତାଙ୍କର ଭୋଟ ବ୍ୟବଧାନ ଯଥେଷ୍ଟ ହ୍ରାସ ପାଇଛି । ୨୦୧୪ ଓ ୨୦୧୯ରେ ସେ ବାରାଣାସୀରୁ ଯଥେଷ୍ଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

୨୦୧୪ରେ ସେ ୩ ଲକ୍ଷ ୭୧ ହଜାରରୁ ଅଧିକ ଭୋଟରେ ଜିତିଥିଲେ ଏବଂ ୨୦୧୯ରେ ସେ ଏହି ବ୍ୟବଧାନକୁ ପ୍ରାୟ ୪ ଲକ୍ଷ ୭୯ ହଜାର ଭୋଟକୁ ବୃଦ୍ଧି କରିଥିଲେ। କିନ୍ତୁ ଏଥର ଭୋଟ ବ୍ୟବଧାନ କମିବା ବିଜେପିର ଲୋକପ୍ରିୟତା କମିବାକୁ ଦର୍ଶାଉଛି ।

ଅନ୍ୟପକ୍ଷରେ ଆମେଥିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପରାଜୟ ବରଣ କରିଛନ୍ତି । ସେ କଂଗ୍ରେସ ନେତା କିଶୋରୀ ଲାଲଙ୍କଠାରୁ ପରାସ୍ତ ହୋଇଛନ୍ତି । ରାୟବରେଲୀରୁ ରାହୁଲ ଗାନ୍ଧି ବିଜୟ ହାସଲ କରିଛନ୍ତି । ଏହା ସହିତ କଂଗ୍ରେସ ନିଜର ପାରମ୍ପରିକ ଆସନ ଆମେଥି ଓ ରାୟବରେଲିକୁ ପୁଣି ହାତେଇଛି ।

 

ସମ୍ବନ୍ଧିତ ଖବର