ରାଜନାଥଙ୍କୁ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ମୋଦୀଙ୍କ ସହ ଶାହା ଓ ନଡ୍ଡା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ସହକର୍ମୀ ରାଜନାଥ ସିଂଙ୍କୁ ୭୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି | ମୋଦୀ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିବା ସହ ଯେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଏବଂ ବୁଦ୍ଧିମତାକୁ ସମସ୍ତେ ପ୍ରଶଂସା କରନ୍ତି। ଅନେକ ସପ୍ତାହ ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କାହାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେଖିଛନ୍ତି ଯେ ‘ଆପଣଙ୍କ ନେତୃତ୍ୱରେ ଭାରତ ଶକ୍ତିଶାଳୀ ହୋଇଛି | ମୁଁ ଦୃଢ ଭାବରେ ବିଶ୍ୱାସ କରେ ଯେ ଆମ ଦେଶ ଏକ ସକରାତ୍ମକ ପରିବର୍ତ୍ତନ ପଥରେ ଅଛି’।


ମୋଦୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା ଏବଂ ଅନ୍ୟାନ୍ୟ ନେତା ମଧ୍ୟ ରାଜନାଥଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଥାଉ କି ରାଜନାଥ ସିଂ ୧୦ ଜୁଲାଇ ୧୯୫୧ ରେ ଉତ୍ତରପ୍ରଦେଶର ଚନ୍ଦୋଲି ଜିଲ୍ଲାର ବାବୋରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୭୭ ମସିହାରେ ସେ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶ ବିଧାନସଭା ସଦସ୍ୟ ହୋଇଥିଲେ। ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ କେନ୍ଦ୍ର ସରକାରରେ ଗୃହମନ୍ତ୍ରୀ ମଧ୍ୟ ରହିଥିଲେ। ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ରହିଥିଲେ ।

ସମ୍ବନ୍ଧିତ ଖବର