ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ଉତ୍ତରପ୍ରଦେଶର ବାରାଣସୀ ଆସନରୁ ନିର୍ବାଚନ ଜିତିଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ମୋଦୀ ୧,୫୨,୫୧୩ ଭୋଟ ବ୍ୟବଧାନରେ ହରାଇଛନ୍ତି। ତେବେ ୨୦୧୪ ଏବଂ ୨୦୧୯ ତୁଳନାରେ ଚଳିତ ଥର ମୋଦୀଙ୍କ ବିଜୟ ବ୍ୟବଧାନ କମ୍‌ ରହିଛି। ୨୦୧୯ରେ ମୋଦୀଙ୍କ ବିଜୟ ବ୍ୟବଧାନ ୪,୭୯,୫୦୫ ଥିଲା। ୨୦୧୪ରେ ମଧ୍ୟ ମୋଦୀଙ୍କ ବିଜୟ ବ୍ୟବଧାନ ୩,୭୧,୭୮୪ ଥିଲା।

Advertisment

ଜମ୍ମୁ କାଶ୍ମୀର ଲୋକସଭା ନିର୍ବାଚନ ଫଳ ଅନେକଙ୍କୁ ଚମକାଇ ଦେଇଛି। ଜମ୍ମୁ କାଶ୍ମୀରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତି ସେମାନଙ୍କ ଆସନରୁ ହାରି ଯାଇଛନ୍ତି। ଅନନ୍ତନାଗ-ରାଜୌରୀ ଆସନରେ ମୁଫ୍‌ତି ଗୁଜ୍ଜର ନେତା ତଥା ଏନ୍‌ସି (ନେସନାଲ କନଫରେନ୍ସ) ପ୍ରାର୍ଥୀ ମିଆନ୍‌ ଅଲତଫ ଅହମଦଙ୍କଠାରୁ ହାରିଛନ୍ତି। ଅନ୍ୟପକ୍ଷେ ଓମାର ଅବଦୁଲ୍ଲାଙ୍କୁ ବାରମୁଳା ଆସନରେ ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଅବଦୁଲ ରଶିଦ ଓରଫ ଇଂଜିନିୟର ରଶିଦ ହରାଇ ଦେଇଛନ୍ତି।